୧୨ ଗେଟ୍‌ରେ ଜଳ ନିଷ୍କାସନ

ସମ୍ବଲପୁର,୧୮ା୯(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ଶନିବାର ଏହା ୬୨୮.୧୭ ଫୁଟ୍‌ରେ ପହଞ୍ଚତ୍ଛି। ରାତି ୧୦.୩୦ସୁଦ୍ଧା ବାମପାର୍ଶ୍ୱରେ ୮ ଓ ଡାହାଣପାର୍ଶ୍ୱରେ ୪ ମୋଟ ୧୨ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି।
ଗେଟ୍‌ ଦେଇ ୨ଲକ୍ଷ ୯୩ ହଜାର ୪୫୪ କ୍ୟୁସେକ, ପାୱାର ଚାନେଲରେ ୨୫ହଜାର ୧୮୩, ଶିଳ୍ପକୁ ୨୮୨କ୍ୟୁସେକ ଓ ଚାଷ ପାଇଁ ବିଭିନ୍ନ କେନାଲରେ ୩ ହଜାର ୪୫୧ ଏପରି ମୋଟ ୩ ଲକ୍ଷ ୨୨ହଜାର ୩୭୦ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବେଲଗଁାରେ ୧୬ହଜାର, ପର୍ଥଲାରେ ୫୫ହଜାର ୪୭୪, ଖଇରମାଳରେ ୫ ଲକ୍ଷ ୨ ହଜାର, ବରମୁଲାରେ ୫ ଲକ୍ଷ ୭୮ ହଜାର, ମୁଣ୍ଡଳୀରେ ୫ ଲକ୍ଷ ୭୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।

Share