ହୀରାକୁଦ ଜଳଭଣ୍ଡାରର ୧୮ଗେଟ୍‌ରେ ଜଳ ନିଷ୍କାସନ: ତଳ ମୁଣ୍ଡରେ ବିପଦ ଆଶଙ୍କା

ସମ୍ବଲପୁର,୧୫।୯(ବ୍ୟୁରୋ): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଏହାର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୬୨୮.୩୩ ଫୁଟରେ ପହଞ୍ଚିଛି। ଏଣୁ ଜଳ ନିଷ୍କାସନ କରାଯାଉଛି । ବାମପଟେ ୧୬ ଓ ଡାହଣପଟେ ୬ ମୋଟ ୧୮ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଜଳଭଣ୍ଡାର ଉପର ମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ଏଥିଯୋଗୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଟରେ ୨ ଲକ୍ଷ ୯୨ ହଜାର ୬୨୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୧୮ ଗେଟ ଦେଇ ୨ ଲକ୍ଷ ୯୩ ହଜାର ୬୩୪ କ୍ୟୁସେକ, ପାୱାର ଚ୍ୟାନେଲରେ ୧୯ ହଜାର ୭୨୭, ଶିଳ୍ପକୁ ୨୮୨ କ୍ୟୁସେକ ଓ ଚାଷ ପାଇଁ ବିଭିନ୍ନ କେନାଳରେ ୩ ହଜାର ୪୨୧ କ୍ୟୁସେକ ମୋଟ ୩ ଲକ୍ଷ ୧୭ ହଜାର ୬୪ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବେଲଗଁାରେ ୮୦ ହଜାର କ୍ୟୁସେକ, ପର୍ଥଲାରେ ୧ ଲକ୍ଷ ୯୯ ହଜାର ୭୮ କ୍ୟୁସେକ, ଖଇରମାଳରେ ୪ ଲକ୍ଷ ୯୦ ହଜାର, ବରମୁଳାରେ ୫ ଲକ୍ଷ ୪୦ ହଜାର ୭୫୦ , ମୁଣ୍ଡଳୀ ୬ ଲକ୍ଷ ୯୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଜଳଭଣ୍ଡାର ନିଷ୍କାସନ ପାଣି ପହଞ୍ଚିଲେ ତଳ ମୁଣ୍ଡରେ ଖବିପଦ ବଢି ଯାଇପାରେ ବୋଲି ଆଶଙ୍କା କରାଯାଉଛି।

Share