ହୀରାକୁଦର ୨୪ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୪।୯(ଶୁଭାଶିଷ ପାଢ଼ୀ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ୨୪ ଗେଟ୍‌ ଦେଇ  ବନ୍ୟାଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦର ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ଜଳ ଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବବେଳେ ବର୍ତ୍ତମାନ ଏହା ୬୨୮.୮୧ ଫୁଟ୍‌ରେ ପହଞ୍ଚିଛି। ଜଳସ୍ତର ନିୟନ୍ତ୍ରଣ କରିବାକୁ ଏହି ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୩ ଲକ୍ଷ ୯୩ ହଜାର ୮୨୩ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୪ ଲକ୍ଷ ୩୧ ହଜାର ୯୭୮ କ୍ୟୁସେକ ଜଳ ନିଷ୍କାସନ ହେଉଛି। ତଳମୁଣ୍ଡ ବେଲଗାଁରେ ୩୮ ହଜାର ୬ ଶହ, ପର୍ଥଲାରେ ୯୫ ହଜାର ୬୦୬, ଖଇରମାଲରେ ୫ ଲକ୍ଷ ୪୮ ହଜାର, ବର୍ମୁଲାରେ ୫ ଲକ୍ଷ ୪୮ ହଜାର ୭୦୦, ମୁଣ୍ଡୁଳିରେ ୩ ଲକ୍ଷ ୯ ହଜାର ୨୭୪ କ୍ୟୁସେକ ପାଣି ପ୍ରବାହିତ ହେଉଛି।

Share