ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ, ରାସ୍ତାରେ ଆବର୍ଜନା

କଟକ ଅଫିସ,୧୯।୬: କଟକ ମହାନଗର ନିଗମ (ସିଏମ୍‌ସି) ଅଧୀନ ୧୮ ନମ୍ବର ୱାର୍ଡବାସିନ୍ଦା ପରିମଳ ଓ ଡ୍ରେନେଜ୍‌ ସମସ୍ୟା ଘେରରେ ରହିଛନ୍ତି। ଏହି ୱାର୍ଡର କେତେକ ଡ୍ରେନ୍‌ରୁ କଢ଼ାଯାଇଥିବା ଆବର୍ଜନା ମୁଖ୍ୟରାସ୍ତାରେ ପଡ଼ିରହିଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସିଏମ୍‌ସି କର୍ତ୍ତୃପକ୍ଷ ପଦକ୍ଷେପ ନେଉନାହାନ୍ତି ବୋଲି ଓ୍ବାର୍ଡବାସିନ୍ଦା ଅଭିଯୋଗ କରିଛନ୍ତି।
ବାଉଁଶଗଳି, ଗେଡ଼ସାହି ଲେନ୍‌, ଗଙ୍ଗାମନ୍ଦିର, ଚୂନଭାଟି ଗଳି, ବାଙ୍କା ବଜାର, ଓଡ଼ିଆ ବଜାର, ଆଲାମଚାନ୍ଦ ବଜାର, ସୂତାହାଟକୁ ନେଇ ୧୮ ନମ୍ବର ୱାର୍ଡ ଗଠିତ। କିଛିଦିନ ହେଲା ସହରରେ ବର୍ଷା ଲାଗିରହିଥିବାବେଳେ ଏହି ୱାର୍ଡର ଡ୍ରେନ୍‌ଗୁଡ଼ିକରୁ ଆବର୍ଜନା କଢ଼ାଯିବା କାର୍ଯ୍ୟ ଶେଷ ହୋଇନାହିଁ। ଓଡ଼ିଆ ବଜାର ଗଉଡ଼ ସାହିରେ ଗତ ୫ ହେବ ଡ୍ରେନ୍‌ରୁ ଆବର୍ଜନା କଢ଼ାଯାଇଥିଲେ ବି ତାହା ରାସ୍ତାରେ ପଡ଼ିରହିଛି। ଫଳରେ ଦୁର୍ଗନ୍ଧ ହେବା ସହ ଏହି ବାଟଦେଇ ଯାତାୟାତ କରିବାରେ ସମସ୍ୟା ଉପୁଜୁଛି। ସେହିଭଳି ଗଙ୍ଗାମନ୍ଦିର ସମ୍ମୁଖ ରାସ୍ତାରେ ଆବର୍ଜନା ଗଦା ହୋଇଥିଲା। ତେବେ ବର୍ଷାରେ ତାହା ପୁଣି ନାଳକୁ ବୋହିଯାଇଛି। ରାସ୍ତା କର୍ଦ୍ଦମାକ୍ତ ହୋଇପଡ଼ିଥିବାରୁ ଓ୍ବାର୍ଡବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯଥା ସମୟରେ କାର୍ଯ୍ୟ ନ ସରିବାରୁ ଅଯଥାରେ ଅର୍ଥ ବରବାଦ୍‌ ହେଲା ବୋଲି ପୂର୍ବତନ କର୍ପୋରେଟର ଅରୁଣ ସେଠୀ କହିଛନ୍ତି। ସେହିପରି ଏଠାକାର ବାସିନ୍ଦା ମହମ୍ମଦ ତସିଲିଫ କହିଛନ୍ତି, ଅଧିକାଂଶ ଡ୍ରେନରେ ଆବର୍ଜନା ଜମି ରହିଥିବାରୁ ବର୍ଷାଜଳ ନିଷ୍କାସନ ହେଉନାହିଁ। ଲୋକଙ୍କ ଘରେ ଉଦ୍‌ବୃତ୍ତ ପାଣି ପଶୁଛି। ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହେଉଛି। ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ ହୋଇପଡ଼ିିଛି। ତରବରିଆ ଭାବେ କାର୍ଯ୍ୟ ଚାଲିଛି। ଅନେକ ଡ୍ରେନ୍‌ ଉପରେ ସ୍ଲାବ୍‌ ପଡ଼ି ନ ଥିବା ତସିଲିଫ ଅଭିଯୋଗ କରିଛନ୍ତି। ତେବେ ୱାର୍ଡ ଅଫିସର ସରୋଜ ମଲିକ କହିଛନ୍ତି, ସମସ୍ତ ସ୍ଥାନରେ ଆବର୍ଜନା କଢ଼ାଯିବା ପ୍ରାୟ ଶେଷ ହୋଇଗଲାଣି। ଶନିବାର ଆବର୍ଜନା ଉଠାଇ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୩ଘଣ୍ଟା ଭିତରେ ପ୍ରବଳ ବର୍ଷିବ, ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୮।୯: ରାଜ୍ୟରେ ଏବେ ଜାରି ରହିଛି ଲଘୁଚାପର ପ୍ରଭାବ । ଗତ ଦୁଇ ଦିନ ହେବ ବର୍ଷାର ପରିମାଣ ବଢିଥିବା ବେଳେ ଆଜି ଟ୍ବିନ ସିଟିରେ...

ଆସନ୍ତା ୩୦ରେ ବନ୍ଦ ରହିବ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୨୮।୯: ଆସନ୍ତା ସୋମବାର ଅର୍ଥାତ୍‌ ସେପ୍ଟେମ୍ବର ୩୦ ତାରିଖ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ ଗୁରୁତ୍ୱପୂର୍ଣ୍ଣ...

ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭାଜପାର ପରିବର୍ତ୍ତନ…

ଭୁବନେଶ୍ୱର,୨୮ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ। ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ରେ ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଯିବେ। ୩୦...

ଗଛରେ ରଶି ଲଗାଇ  ଝୁଲିପଡିଲେ ଯୁବକ

ବାଲିଗୁଡ଼ା,୨୮।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି। ଜଣେ ୨୨ବର୍ଷର...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ନିଯୁକ୍ତି ପାଇବେ ହୋମ୍‌ଗାର୍ଡ, କାର୍ଯ୍ୟରତ ସମୟରେ ଦେହାନ୍ତ ହେଲେ ମିଳିବ…

ଭୁବନେଶ୍ୱର,୨୮ା୯: ଲୋକସେବା ଭବନରେ ଶନିବାର ଆୟୋଜିତ ଜିଲାପାଳ ଏବଂ ଏସ୍‌ପିମାନଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଗତ...

ଭରତପୁର ଘଟଣା: କାଲି ହେବ ମିଛ ସତର ପରୀକ୍ଷା, ଗୁଜୁରାଟ ଯିବେ….

ଭୁବନେଶ୍ୱର,୨୮।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ  ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଆଉ ୪ ପୋଲିସ ଅଧିକାରୀଙ୍କର ପଲିଗ୍ରାଫ...

ଲୋକସେବା ଭବନରେ କେତେଟା ରାତି ଯାଏ ରୁହନ୍ତି ମୁଖ୍ୟମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୮ା୯:ଲୋକସେବା ଭବନରେ ଜିଲାପାଳ ଏବଂ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସମ୍ବୋଧନ କରିଛନ୍ତି। ଜିଲାପାଳ ଓ ଏସପି ସମ୍ମିଳନୀରେ...

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ହିଂସା: ଘଟଣାସ୍ଥଳ ପରିଦର୍ଶନ କଲେ ଡିଆଇଜି, କହିଲେ ହିଂସା ସୃଷ୍ଟିକାରୀଙ୍କୁ…

ଭଦ୍ରକ,୨୮ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ଇଣ୍ଟରନେଟ୍‌ ସେବା ବନ୍ଦ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri