କୋରାପୁଟ,୨୪।୨(ଅମିତାଭ ବେହେରା): କୋରାପୁଟ ସାଂସ୍କୃତିକ ପରିଷଦ ପରିସରରେ ଓଡ଼ିଶା ନାଟ୍ୟ ସଂଘ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏପ୍ରିଲ ୭ରୁ ୧୪ ଯାଏ କୋରାପୁଟ ସାଂସ୍କୃତିକ ପରିଷଦ ମଞ୍ଚ ପରିସରରେ ଦକ୍ଷିଣାଞ୍ଚଳ ନାଟ୍ୟ ମହୋତ୍ସବ କରାଯିବ ବୋଲି ସଂଘ ସମ୍ପାଦକ ଶୁଭକାନ୍ତ ପାଢ଼ୀ ସୂଚନା ଦେଇଛନ୍ତି।
ଏଥିରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଆଦି ୬ ଜିଲାର ବିଭିନ୍ନ ନାଟ୍ୟ ସଂଗଠନ ପକ୍ଷରୁ ଦୈନିକ ୨ଟି ଲେଖାଏ ମୋଟ ୧୬ ନାଟକ ପରିବେଷଣ କରାଯିବ। ଲୁକାୟିତ ଭାବେ ଥିବା ନାଟ୍ୟ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟ ଥିବା ଓଡ଼ିଶା ନାଟ୍ୟ ସଂଘର ଦକ୍ଷିଣାଞ୍ଚଳ ଉପସଭାପତି ମନୋଜ ଦଣ୍ଡପାଟ କହିଛନ୍ତି। ଖବରଦାତା ସମ୍ମିଳନୀରେ କୋରାପୁଟ ସାଂସ୍କୃତିକ ପରିଷଦର ସଭାପତି ଶିବ ପ୍ରସାଦ ରଥ,ସମ୍ପାଦକ ଅତନୁ ପଟ୍ଟନାୟକ ଏବଂ ଓଡ଼ିଶା ନାଟ୍ୟ ସଂଘର ଯୁଗ୍ମ ସମ୍ପାଦକ ସମୀର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୁନାବେଡା ଉତ୍କଳ ସାଂସ୍କୃତିକ ପରିଷଦ ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ସେନାପତି ଧନ୍ୟବାଦ ଦେଇଥିଲେ।