ଦରଘାରେ ଚାଦର ଚଢାଇ ବିବାହ ପାଇଁ ମାନସିକ କଲେ ରାଖୀ ସାଓ୍ବନ୍ତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଖୀ ସାଓ୍ବନ୍ତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତ୍ରୀଙ୍କ ମା’ଙ୍କ ସ୍ବାସ୍ଥ୍ୟ ଭଲ ନ ଥିଲା। ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତେବେ ମା’ଙ୍କ ସୁସ୍ଥ କାମନା କରିବାକୁ ଅଭିନେତ୍ରୀ ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ। ଏହାପୂର୍ବରୁ ଆଦିଲଙ୍କ ସହ ବିବାହକୁ ନେଇ ଚର୍ଚ୍ଚାକୁ ମଧ୍ୟ ଆସିଥିଲେ। ଆଦିଲ ରାଖୀଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ କିନ୍ତୁ ପରେ ଆଦିଲ ରାଜି ହୋଇଥିଲେ। ଏସବୁ ମଧ୍ୟରେ ଅଭିନେତ୍ରୀ ପ୍ରଥମ ଥର ପାଇଁ ଦରଘାରେ ପହଞ୍ଚି ସେଠାରେ ମାନସିକ କାମନା କରିଛନ୍ତି। ଏଥିସହ ଗରିବ ନୱାଜଙ୍କୁ ଏକ ଚାଦର ଚଢାଇ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଏବଂ ବିବାହ ସୁଖମୟ ହେବାକୁ ସେ ପ୍ରାର୍ଥନା କରିଛନ୍ତି।

Share