ସ୍ବାମୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଡ୍ରାମା କୁଇନ୍‌

ଟିଭି ଅଭିନେତ୍ରୀ ତଥା ଡ୍ରାମା କୁଇନ୍‌ ଭାବେ ଜଣାଶୁଣା ରାଖୀ ସାୱନ୍ତଙ୍କ ବ୍ୟକ୍ତିଗତ ଜୀବନ ପୁଣି ଥରେ ବିବାଦ ଭିତରକୁ ଆସିଛି। ନିକଟରେ ଅଭିନେତ୍ରୀ ସ୍ବାମୀ ଆଦିଲ ଖାନ ଦୁରାନୀ ଖାନ ତାଙ୍କୁ ଠକିଥିବା ଅଭିଯୋଗ କରିଥିଲେ। ତନୁ ଚାନ୍ଦେଲ ନାମକ ଗର୍ଲଫ୍ରେଣ୍ଡ ସହିତ ଆଦିଲଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ରାଖି ଆଦିଲ ଏବଂ ତନୁ ପ୍ରେମ ସମ୍ପର୍କରେ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି। ନିକଟରେ ରାଖୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ ଆଦିଲଙ୍କ ସହ ସମ୍ପର୍କ ତୁଟାଇବାକୁ ଘୋଷଣା କରିଛନ୍ତି। ଏହା ସହିତ ଅଭିନେତ୍ରୀ ଆଦିଲଙ୍କ ବିରୋଧରେ ୧ କୋଟି ଟଙ୍କା ସହ ଘରୁ ଜିନିଷ ଚୋରି କରି ପଳାଇବା ଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ୱାହିଦ ଅଲି ନାମକ ଏକ ୟୁଟ୍ୟୁବର୍‌ ସହିତ ବାର୍ତ୍ତାଳାପରେ ରାଖୀ ସାୱନ୍ତ ତାଙ୍କ ସ୍ବାମୀ ଆଦିଲ ତାଙ୍କୁ ଠକିଥିବା ଅଭିଯୋଗ କରିଛନ୍ତି। ରାଖୀ କହିଛନ୍ତି, ତନୁ ଚାନ୍ଦେଲଙ୍କ ସହ ଆଦିଲଙ୍କର ସମ୍ପର୍କ ଅଛି। ବିଗ ବସ ମରାଠୀର ଏକ ଅଂଶ ଥିବାବେଳେ ସେ ଆଦିଲଙ୍କୁ ୧୦ ଲକ୍ଷ ନଗଦ ଦେଇଥିଲେ। ଏହି ଟଙ୍କା ରାଖୀ ତାଙ୍କ ମା’ ଜୟାଙ୍କ ଚିକିତ୍ସା ପାଇଁ ପ୍ରଦାନ କରିଥିଲେ, ଯାହାକୁ ଆଦିଲ ଡାକ୍ତରଖାନାରେ ଖର୍ଚ୍ଚ ନ କରି ନିଜେ ରଖିଦେଇଥିଲେ।
ଏହା ବ୍ୟତୀତ ରାଖୀ ଆଦିଲଙ୍କୁ ଘରୁ ୪ ଲକ୍ଷ ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ଚୋରି କରି ପଳାଇଥିବାର ଅଭିଯୋଗ କରିଛନ୍ତି। ଆଦିଲ ଆଉ ମୋ ଘରେ ଆଉ ରହୁ ନାହାଁନ୍ତି। ସେ ମୋ ଘରୁ ୪ ଲକ୍ଷ ନଗଦ ଟଙ୍କା ଏବଂ ଅଳଙ୍କାର ମଧ୍ୟ ନେଇ ପଳାଇଛନ୍ତି। ସେ ତନୁଙ୍କୁ ଡେଟ କରୁଛନ୍ତି। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଅଛି। କେବଳ ଏତିକି ନୁହେଁ, ରାଖୀ ମଧ୍ୟ ଆଦିଲଙ୍କୁ ପ୍ରାୟ ୧ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ କରିଛନ୍ତି।
କିଛି ମାସ ପୂର୍ବରୁ ଆଦିଲ ଏବଂ ରାଖୀ ସେମାନଙ୍କ କୋର୍ଟ ବିବାହ ବିଷୟରେ ପ୍ରକାଶ କରିଥିଲେ। ସେମାନଙ୍କର ବିବାହ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Share