ଏହି ଅଭିନେତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଡ୍ରାମା କୁଇନ୍‌

ବିଗ ବସ ୧୪ର ପ୍ରତିଯୋଗୀ ତଥା ବଲିଉଡର ଡ୍ରାମା କୁଇନ୍‌ ଭାବେ ପରିଚିତ ରାକ୍ଷୀ ସାୱନ୍ତ ପ୍ରାୟତଃ ତାଙ୍କ ମନ୍ତବ୍ୟ ପାିଁ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ରାକ୍ଷୀଙ୍କ ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ସେ ଏପରି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ସେ। କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା ଅଭିନେତା ସୋନୁ ସୁଦ ଏବଂ ସଲମାନ ଖାନଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ସେ ଦାବି କରିଛନ୍ତି। ରାକ୍ଷୀଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ କହିଛନ୍ତି ଯେ, ସୋନୁ ସୁଦ କିମ୍ବା ସଲମାନ ଖାନଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯିବା ଉଚିତ୍‌। କାରଣ ସେମାନେ ପ୍ରକୃତ ହିରୋ ଅଟନ୍ତି। ସୋନୁ ସୁଦ, ସଲମାନ ଖାନ, ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନ ଦେଶର ଲୋକଙ୍କୁ ଭଲ ପାଆନ୍ତି ବୋଳି ସେ କହିଛନ୍ତି।
କରୋନା ଭଳି କଠିନ ପରିସ୍ଥିତିରେ ପ୍ରବାସୀମାନଙ୍କ ପାଇଁ ଭଗବାନ ସାଜିଥିବା ସୋନୁ ସୁଦ ଏବେ ଲୋକଙ୍କୁ ସାହାଯ୍ୟ କରିବାରେ ନିୟୋଜିତ ଅଛନ୍ତି। ଏଥି ସହିତ ସଲମାନ ଖାନ ୨୫ହଜାର ବଲିଉଡ କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଲମାନ ଖାନ ଚଳଚ୍ଚିତ୍ର ଶିଳ୍ପ କଳାକାର, ଟେକ୍ନିସିଆନ, ଷ୍ଟଣ୍ଟମ୍ୟାନ ଏବଂ ସ୍ପଟ ବଏ ସମେତ ୨୫ ହଜାର କର୍ମଚାରୀଙ୍କ ଆକାଉଣ୍ଟରେ ୧୫୦୦ ଟଙ୍କା ଜମା କରିବେ।

Share