ମୁମ୍ବାଇରେ ୧୧ କୋଟିର ବଙ୍ଗଳା, ଅନେକ ଦାମୀ ଗାଡ଼ିର ମାଲିକାଣୀ ଡ୍ରାମା କୁଇନ୍‌; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ସର୍ବଦା ବିବାଦରେ ରହିବାକୁ ପସନ୍ଦ କରନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ବ୍ୟକ୍ତିଗତ ଜୀବନକୁ ନେଇ ସେ ରହିଥାନ୍ତି ବେଶ୍‌ ଚର୍ଚ୍ଚାରେ। ବିଶେଷତଃ ଆଇଟମ୍‌ ଗର୍ଲ ଭାବେ ଖ୍ୟାତ ଏହି ଅଭିନେତ୍ରୀ ଚାକଚକ୍ୟ ଜୀବନ ବିତାଇଥାନ୍ତି। କିଛି ଦିନ ହେଲାଣି ବଡ଼ ପରଦାରୁ ଦୂରେଇ ଯାଇଥିଲେ ହେଁ ତାଙ୍କ ପାଖରେ ଟଙ୍କା ପଇସାର କୌଣସି ଅଭାବ ନାହିଁ।

କୁହାଯାଏ, ରାକ୍ଷୀଙ୍କ ପାଖରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଦୁଇ ଦୁଇଟି ଆପାର୍ଟମେଣ୍ଟ ରହିଛି। ଏହାଛଡ଼ା ତାଙ୍କ ପାଖରେ ୧୧ କୋଟି ମୂଲ୍ୟର ଏକ ବଙ୍ଗଳା ମଧ୍ୟ ଅଛି। ମୋଟ ସମ୍ପତ୍ତି ଦେଖିଲେ ରାକ୍ଷୀ ୩୭ କୋଟି ସମ୍ପତ୍ତିର ମାଲିକାଣି।
ଦାମୀ କାର୍‌ର ସଉକ ରହିଛି ରାକ୍ଷୀଙ୍କର। ତାଙ୍କ ଗ୍ୟାରେଜରେ ୩୦-୩୫ ଲକ୍ଷରୁ ଆରମ୍ଭ କରି ଅନେକ ଗାଡ଼ି ରହିଛି।

ରୋଜଗାର ଦେଖିଲେ ସେ ଆଇଟମ ଗୀତ ସାଙ୍ଗକୁ, ତେଲୁଗୁ- ତାମିଲ ଫିଲ୍ମ ଏବଂ ଅନେକ ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି। ବିଗ୍‌ବସ୍‌-୧୪ରେ ସେ ସାମିଲ ହୋଇ ଶୋ’ରୁ ୧୪ ଲକ୍ଷ ଟଙ୍କା ନେଇ ଆସିଥିଲେ। ଏବେ ସେ ପ୍ରେମିକ ଆଦିଲଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି।

Share