ନୂଆଦିଲ୍ଲୀ,୧୦।୩ : ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନନ୍ଦିଗ୍ରାମରୁ ନାମାଙ୍କନ ଦାଖଲ କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଛି। ” ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା। ମୋ ଆଖ ପାଖରେ କୌଣସି ସୁରକ୍ଷା କର୍ମୀ ନ ଥିବାର ସୁଯୋଗ ନେଇ ୪ରୁ ୫ ଜଣ ମୋତେ ଧକ୍କା ମାରିଥିଲେ“ ବୋଲି ମମତା ଦାବି କରିଛନ୍ତି। ଏହି ଘଟଣାକୁ ନିନ୍ଦା କରିଛନ୍ତି ଜାତୀୟ ରାଜନୀତିର ବହୁ ବରିଷ୍ଠ ଓ ଜଣାଶୁଣା ନେତା।
କିନ୍ତୁ ଭାଜପା ରାଜ୍ୟ ଶାଖାର ଉପ ସଭାପତି ଅର୍ଜୁନ ସିଂ ଏହାକୁ ଡ୍ରାମା ବୋଲି କହିଛନ୍ତି। ସହାନୁଭୂତି ପାଇଁ ଡ୍ରାମା କରୁଛନ୍ତି ମମତା। ତାଙ୍କ ସହ ସର୍ବଦା ବହୁ ସଂଖ୍ୟାରେ ସୁରକ୍ଷା କର୍ମୀ ରୁହନ୍ତି। ତାଙ୍କ ପାଖକୁ କିଏ ଯାଇ ପାରିବ? ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୪ ଆଇପିଏସ୍ଙ୍କୁ ପ୍ରଥମେ ସସ୍ପେଣ୍ଡ କରାଯିବା ଉଚିତ ବୋଲି ଅର୍ଜୁନ କହିଛନ୍ତି।