Categories: ଜାତୀୟ

ବୁଝି ପାରୁନି ମହାମହିମଙ୍କୁ ଆପଣ ନା ତୁମେ କହି ସମ୍ବୋଧନ କରିବି

ନୂଆଦିଲ୍ଲୀ,୨୫ ।୭: ଦେଶର ସର୍ବୋଚ୍ଚ ସାମ୍ବିଧାନକ ପଦ ପାଇଁ ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ସୋମବାର  ଶପଥ ନେବାକୁ ଯାଉଛନ୍ତି । ଏପଟେ କିନ୍ତୁ ସୁଦୂର ଓଡ଼ିଶାରେ ଥିବା ତାଙ୍କ ସାଙ୍ଗସାଥିମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି ଯେ ଏବେଠାରୁ ସେ ତାଙ୍କ ବନ୍ଧୁଙ୍କୁ କିଭଳି ସମ୍ବୋଧନ କରିବେ । ମୟୁରଭଞ୍ଜ ଜିଲାର ଉପରବେଡା ଗାଁରେ ରହୁଥିବା ରାମଚନ୍ଦ୍ର ମୁର୍ମୁ କହିଛନ୍ତି, ରାଷ୍ଟ୍ରପତି ମୁର୍ମୁଙ୍କ ଗାଁର ସମସ୍ତ ଲୋକ ଉତ୍ସାହିତ ଅଛନ୍ତି । ହେଲେ ଆମେ ଏବେ ବୁଝିପାରୁନୁ ଯେ ଆସନ୍ତା ଥରକୁ ଯେତେବେଳେ ଆମେ ଆମ ବନ୍ଧୁଙ୍କୁ ଭେଟିବୁ ସେତେବେଳେ ତାଙ୍କୁ ଆମେ କ’ଣ ଅନ୍ୟ ସମୟ ଭଳି ତୁ କହି ସମ୍ବୋଧନ କରିପାରିବୁ । ପ୍ରଥମ ସମ୍ବୋଧନରେ ସମ୍ମାନ ଅଧିକ ଥିବା ବେଳେ ଦ୍ୱିତୀୟରେ ଆତ୍ମିୟତା ଅଧିକ ରହିଛି ।
ସେହିପରି ପେଶାରେ କୃଷକ ଥିବା ରାମଚନ୍ଦ୍ର ଉପରବେଡା ପ୍ରାଥମିକ ବିଦ୍ୟାଳୟରେ ଦ୍ରୌପଦୀ ମୁର୍ମୁଙ୍କ ସହପାଠୀ ଥିଲେ । ଗୋଟିଏ ଥାଳିରେ ଭୋଜନ କରୁଥିଲେ । ରାମଚନ୍ଦ୍ର ତାଙ୍କୁ ତୁ କହି ସମ୍ବୋଧନ କରୁଥିଲେ । ହେଲେ ଏବେ ଏହା ବଦଳି ଯାଇଛି । ତେଣୁ ସହପାଠୀ, ସାଙ୍ଗ ସାଥି ଏବେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ଯେ ଦ୍ରୌପଦୀଙ୍କୁ ସେ କେମିତି ସମ୍ବୋଧନ କରିବେ ।

Share