ଆଜି ନାମାଙ୍କନ କରିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର,୨୪ା୬(ବ୍ୟୁରୋ):ଏନ୍‌ଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନାମାଙ୍କନ ଦାଖଲ କରିବେ। ଗୁରୁବାର ବିଜେଡିର ୨ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ସ୍ବାକ୍ଷର କରିଛନ୍ତି। ଶୁକ୍ରବାର ନାମାଙ୍କନପତ୍ର ଦାଖଲ ସମୟରେ ବିଜେଡିର ଏହି ୨ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିବେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି ଯେ ଆସନ୍ତାକାଲି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ। ଏ ନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମୋ’ ସହ କଥା ହୋଇଛନ୍ତି। ଏହି ସମୟରେ ବିଜେଡି ତରଫରୁ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଉପସ୍ଥିତ ରହିବେ। ଉଭୟ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ସେମାନେ ନାମାଙ୍କନପତ୍ରରେ ସ୍ବାକ୍ଷର କରିବା ସହ ଆସନ୍ତାକାଲି ଦିଲ୍ଲୀରେ ଉପସ୍ଥିତ ରହିବେ।
ସୂଚନାଯୋଗ୍ୟ, ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ସବୁ ଦଳକୁ ଟୁଇଟ କରି ଅପିଲ କରିଥିଲେ। ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସର୍ବସମ୍ମତି କ୍ରମେ ମୁର୍ମୁଙ୍କୁ ସମର୍ଥନ କରିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁମନ୍ତ୍ର ଦେଉ ଦେଉ ବିଳମ୍ବ କରିଦେଲେ ମୋଦି: ୨ ଘଣ୍ଟାର କାର୍ଯ୍ୟସୂଚୀ ଥିଲା, ସାଢେ ୩ ଘଣ୍ଟା ରହିଲେ

ଭୁବନେଶ୍ୱର, ୩୦ା୧୧(ସୁନିତ୍‌ ମିଶ୍ର):୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନ୍‌ଭେନଶନ୍‌ ସେଣ୍ଟରଠାରେ ଅନୁଷ୍ଠିତ...

ମାଡ଼ିଆସୁଛି ବାତ୍ୟା ‘ପେଙ୍ଗାଲ’: ଆଜି ୧୭ ଜିଲାରେ ବର୍ଷିବ

ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହେଉଥିବାବେଳେ କ୍ରମଶଃ ବାତ୍ୟାର ରୂପ ନେବାକୁ ଯାଉଛି। ବାତ୍ୟାର ନାଁ ‘ଫେଙ୍ଗାଲ’ ରଖାଯାଇଥିବାବେଳେ...

ସର୍ବଭାରତୀୟ ଡିଜିପି ସମ୍ମିଳନୀ:ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୩୦ା୧୧(ଅନିଲ ଦାସ):ପୋଲିସ ମହାନିର୍ଦ୍ଦେଶକ / ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌...

ଜଙ୍ଗଲ ସୁରକ୍ଷାରେ ୧୩୯ ଅତ୍ୟାଧୁନିକ ଯାନ ସାମିଲ

ବାରଙ୍ଗ/ଭୁବନେଶ୍ୱର,୩୦।୧୧ (ଲିଙ୍ଗରାଜ ରାଉତ/ବନ୍ଦନା ସେଠୀ):ଆହୁରି ଅଧିକ ସୁଦୃଢ଼ ହେବ ଜଙ୍ଗଲ ସୁରକ୍ଷା ଅଭିଯାନ। ଜଙ୍ଗଲ ନିଅଁା, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହ ଶିକାର ଓ ଚୋରା...

ଓଡ଼ିଶାର ବିକାଶ ପାଇଁ ସମ୍ପୂର୍ଣ୍ଣ ସମର୍ପିତ: ମୋଦି

ଭୁବନେଶ୍ୱର, ୩୦ା୧୧(ସୁନିତ୍‌ ମିଶ୍ର): ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଡିଜିପି ସମ୍ମିଳନୀରେ ଯୋଗଦେବା ଲାଗି...

ବବିଙ୍କ ଭାଇଙ୍କୁ ମିଳିଲା ଜାମିନ, ହେଲେ ଜେଲ୍‌ରୁ ମୁକୁଳିପାରିବେ ନାହିଁ

ଯାଜପୁର ଟାଉନ,୨୯ା୧୧(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ବିରଜା ହାଟ ମାମଲାକୁ ନେଇ ଯାଜପୁରରେ ରାଜନୈତିକ ହଟଚମଟ ବଢ଼ିବାକୁ ଲାଗିଥିବାବେଳେ ଶୁକ୍ରବାର ଯାଜପୁର ଜିଲା ଦୌରାଜଜ୍‌ ଯାଜପୁରର ପୂର୍ବତନ...

୬ ଘଣ୍ଟାରେ ବାତ୍ୟା! ଓଡ଼ିଶାର ଏହିସବୁ ଜିଲାରେ ଛେଚିବ…

ଭୁବନେଶ୍ୱର,୨୯।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ପେଙ୍ଗାଲ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗାଲ ଭୟଙ୍କର ରୂପ ଧାରଣ କରିଛି । ଅପରାହ୍ନଣ ୨ଟା ୩୦ରେ ବାତ୍ୟାର...

ଦେଶର ପାଓ୍ବାରଫୁଲ ୧୦ ଡିଜି, କାଲି ହେବ ରଣନୀତି, ଶତ୍ରୁପକ୍ଷ…

ଭୁବନେଶ୍ୱର,୨୯।୧୧: ଭୁବନେଶ୍ୱରରେ ହେବ ରଣନୀତି। ସାବାଡ ହେବେ ଶତ୍ରୁ। ଟପ୍‌ ପୋଲିସ ଅଫିସରଙ୍କ ସହ ରଣନୀତି ପ୍ରସ୍ତୁତ କରିବେ ଅଜିତ ଡୋଭାଲ। ତାଙ୍କ ନାଁ ଉଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri