Categories: ଜାତୀୟ

ଶିବ ମନ୍ଦିରରେ ଝାଡୁ କଲେ ଦ୍ରୌପଦୀ…

ନୂଆଦିଲ୍ଲୀ/ମୟୂରଭଞ୍ଜ, ୨୨।୬ : ରାଷ୍ଟ୍ରପତି ନିର୍ବାଚନ ୨୦୨୨ର ଭାଜପା ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବୁଧବାର ଏକ ଶିବ ମନ୍ଦିରରେ ଝାଡୁ କରିଛନ୍ତି। ଏହାର ୫୬ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଓଡ଼ିଶାର ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ଏକ ଶିବ ମନ୍ଦିରରେ ସେ ଝାଡୁ କରୁଥିବାରୁ ଭିଡ଼ିଓରେ ଦେଖିବାକୁ ମିଳୁଛି। ଦ୍ରୌପଦୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପୂର୍ବରୁ ଚଟାଣକୁ ଓଳାଇ ସଫା କରିଛନ୍ତି। ସଫା କରିବା ପରେ ସେ ପୂଜା କରିଥିଲେ।

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କ ନାମ ଘୋଷଣା କରିବା ପରେ ତାଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି ପାଇଛି। ଏହା ସହିତ ନନ୍ଦୀଙ୍କ କାନରେ କିଛି କହୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି।

ସୂଚନାନୁସାରେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି। ବୁଧବାର ଦିନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ ବୁଧବାର ସକାଳେ ସଶସ୍ତ୍ର ସ୍କ୍ବାଡଙ୍କୁ ଦ୍ରୌପଦୀଙ୍କ ସୁରକ୍ଷା ପ୍ରଦାନ କରାଯାଇଛି।

Share