Categories: ଖେଳ

ଦ୍ରାବିଡ ପଚାରିଲେ ଏମିତି ପ୍ରଶ୍ନ, ସୂର୍ଯ୍ୟକୁମାର ରୋକିପାରିଲେନି ହସ

ରାଜକୋଟ,୮।୧: ତିନିଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ଶ୍ରୀଲଙ୍କାକୁ ୨-୧ରେ ପରାସ୍ତ କରିଛି। ଜାନୁଆରୀ ୭ ରାଜକୋଟରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ସେ ୯୧ ରନ୍‌ରେ ଜିତିଥିଲେ। ଟିମ ଇଣ୍ଡିଆ ପାଇଁ ଏହି ମ୍ୟାଚରେ ସୂର୍ଯ୍ୟକୁମାର ଏକ ଶତକ ହାସଲ କରିଥିଲେ। ଅନ୍ତର୍ଜାତୀୟ ଟି-୨୦ରେ ସୂର୍ଯ୍ୟ ତୃତୀୟ ଶତକ ହାସଲ କରିଥିଲେ। ଏହା ପରେ ସେ କୋଚ ରାହୁଲ ଦ୍ରାବିଡଙ୍କୁ ଏକ ସାକ୍ଷାତକାର ମଧ୍ୟ ଦେଇଥିଲେ। ବିସିସିଆଇ ଏହି ସାକ୍ଷାତକାର ଶେୟାର କରିଛି।
ସାକ୍ଷାତକାର ଆରମ୍ଭରେ ଦ୍ରାବିଡ଼ ସୂର୍ଯ୍ୟକୁମାରଙ୍କୁ ମଜାଦାର ପ୍ରଶ୍ନ ପଚାରିଥିଲେ। ଦ୍ରାବିଡ଼ କହିଛନ୍ତି ଯେଉଁଭଳି ଭାବରେ ସେ ବ୍ୟାଟିଂ କରୁଛନ୍ତି ସେଥିରୁ ବୁଝାପଡୁଛି ସେ ମୋତେ ପିଲାଦିନରେ ବ୍ୟାଟିଂ କରୁଥିବାର ଦେଖି ନାହାଁନ୍ତି। ସୂର୍ଯ୍ୟକୁମାର ହସି ହସି କହିଥିଲେ, ମୁଁ ଦେଖିଛି। ଏହା ପରେ ଦୁହେଁ ହସିବାକୁ ଲାଗିଲେ।
ଏହା ପରେ ଦ୍ରାବିଡ଼ ସୂର୍ଯ୍ୟକୁମାରଙ୍କୁ ତାଙ୍କର ସର୍ବଶ୍ରେଷ୍ଠ ଇନିଂସ ମଧ୍ୟରୁ ଗୋଟିଏ ବା ଦୁଇଟି ବାଛିବାକୁ କହିଥିଲେ। ସେ ପଚାରିଥିଲେ, ପ୍ରତ୍ୟେକ ଥର ମୁଁ ତୁମର ବ୍ୟାଟିଂ ଦେଖିବାବେଳେ ମୁଁ ଅନୁଭବ କରେ ଯେ ମୁଁ ଏହାଠାରୁ ଭଲ ଇନିଂସ ଦେଖି ନାହିଁ, କିନ୍ତୁ ପ୍ରତ୍ୟେକ ଥର ତୁମେ ମୋତେ ଆଶ୍ଚର୍ଯ୍ୟ କରିଦିଅ। ଗତ ବର୍ଷ ଠାରୁ ମୁଁ ତୁମର ଅନେକ ଇନିଂସ ଦେଖିବାର ସୁଯୋଗ ପାଇଛି। ଆପଣ ଏଥିରୁ ଗୋଟିଏ କିମ୍ବା ଦୁଇଟି ସର୍ବଶ୍ରେଷ୍ଠ ଇନିଂସ ବାଛି ପାରିବେ କି?
ଏହାର ଜବାବରେ ସୂର୍ଯ୍ୟକୁମାର କହିଛନ୍ତି, ମୁଁ ସବୁବେଳେ କଠିନ ପରିସ୍ଥିତିରେ ବ୍ୟାଟିଂ କରିବାକୁ ଉପଭୋଗ କରିଛି। ତେଣୁ ମୋତେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଇନିଂସ ବାଛିବା କଷ୍ଟକର। ମୁଁ କେବଳ ମୋର ଚେଷ୍ଟା କରେ ଏବଂ ଏହାକୁ ଉପଭୋଗ କରେ। କଠିନ ପରିସ୍ଥିତିରେ ମୁଁ ଖେଳକୁ ଆଗକୁ ନେବାକୁ ଚେଷ୍ଟା କରେ।
ଦ୍ରାବିଡ ପରିବାରର ଅବଦାନ ବିଷୟରେ ପ୍ରଶ୍ନ କରିବାରୁ ସୂର୍ଯ୍ୟ କହିଛନ୍ତି, ମୋ କ୍ୟାରିୟରରେ ପରିବାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ମୋ ସ୍ତ୍ରୀ (ଦେବଶା ଶେଟ୍ଟୀ) ମୋତେ ସବୁବେଳେ ସମର୍ଥନ କରିଆସୁଛନ୍ତି। ମୋତେ ଫିଟନେସ ଆଡକୁ ପ୍ରେରିତ କରିଛନ୍ତି।

 

Share