ଜୟପୁର,୧୪।୧୧: ଭାରତୀୟ କ୍ରିକେଟ ଦଳର ନବନିଯୁକ୍ତ କୋଚ ରାହୁଲ ଦ୍ରାଭିଡ ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି। ନିୟମିତ କୋଚ ହେବା ପରେ ଦ୍ରାଭିଡ ନ୍ୟୁଜିଲାଣ୍ଡ ବିପକ୍ଷ ଖେଳାଯିବାକୁ ଥିବା ଆଗାମୀ ସିରିଜ୍ରୁ ନିଜ ଅଭିଯାନ ଆରମ୍ଭ କରିବେ। ଏବେ ସେ ଏହି ସିରିଜ୍ ପୂର୍ବରୁ ଜୟପୁରରେ ପହଞ୍ଚିଛନ୍ତି। ଏହାପୂର୍ବରୁ ସେ ପ୍ରତ୍ୟେକ ଖେଳାଳିଙ୍କୁ ବ୍ୟକ୍ତିଗତ ଭାବେ ନିଜ ରୁମ୍କୁ ଡାକି କଥା ହୋଇଥିଲେ। ସେମାନଙ୍କୁ ସହ ମାନସିକ ଏବଂ ଶାରିରୀକ ଫିଟ୍ନେସ୍ ବାବଦରେ କଥା ହୋଇଥିଲେ। କେବଳ ଏତିକି ନୁହେଁ, ଦ୍ରାଭିଡ ଏହା ମଧ୍ୟ ଖେଳାଳିଙ୍କୁ କହିଥିଲେ, ଯଦି ସେମାନେ ନିଜକୁ ଫିଟ୍ ଭାବୁନାହାନ୍ତି ତେବେ ବିଶ୍ରାମ ନେବା ଜରୁରୀ। ଏହାସହ ପ୍ରତ୍ୟେକ ଖେଳାଳିଙ୍କୁ ଶେଷ ଏକାଦଶରେ ସ୍ଥାନ ମିଳିବ ବୋଲି ମଧ୍ୟ ଆଶ୍ୱାସନା ଦେଇଥିଲେ। କଥାବାର୍ତ୍ତା ମଧ୍ୟରେ ଖେଳାଳିଙ୍କ ଠାରୁ ସେ କ’ଣ ଆଶା କରୁଛନ୍ତି ତାହା ମଧ୍ୟ ଖେଳାଳିଙ୍କୁ କହିଥିଲେ।
ସୂଚନାଯୋଗ୍ୟ ଏହା ପୂର୍ବରୁ ଦ୍ରାଭିଡ ଭାରତୀୟ ଏବ ଏବଂ ଜାତୀୟ କ୍ରିକେଟ୍ ଏକାଡେମୀର ଅଧ୍ୟକ୍ଷ ଥିଲେ।