Categories: ଖେଳ

‘ମୋ ବଲ୍‌ ପଢିପାରୁ ନ ଥିଲେ ଦ୍ରାବିଡ’

ନୂଆଦିଲ୍ଲୀ,୬।୯: କିମ୍ବଦନ୍ତୀ ଶ୍ରୀଲଙ୍କାର ସ୍ପିନର ମୁଥିୟା ମୁରଲୀଧରନ ଏକ ବଡ଼ ଖୁଲାସା କରିଛନ୍ତି। ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡଙ୍କୁ ନେଇ ଏକ ଇଭେଣ୍ଟରେ ମୁରଲୀଧରନ କହିଛନ୍ତି ଯେ, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ ଏବଂ ଗୌତମ ଗମ୍ଭୀରଙ୍କ ପରି ଅନେକ ମହାନ ଭାରତୀୟ ବ୍ୟାଟ୍ସମ୍ୟାନ ତାଙ୍କ ବଲ ପଢିପାରୁଥିଲେ କିନ୍ତୁ ଦ୍ରାବିଡ ତାହା କରିପାରି ନ ଥିଲେ।
ତାଙ୍କ ବାୟୋପିକ ‘୮୦୦’ର ଟ୍ରେଲର ଲଞ୍ଚ ସମୟରେ ମୁରଲୀଧରନ କହିଛନ୍ତି ଯେ, ସଚିନ ତେନ୍ଦୁଲକର ମୋ ବଲ୍‌କୁ ବହୁତ ଭଲ ପଢୁଥିଲେ, କିନ୍ତୁ ଅନେକ ଖେଳାଳି ତାହା କରିପାରି ନ ଥିଲେ। ବ୍ରାଏନ ଲାରା ମଧ୍ୟ ଏଥିରେ ସଫଳ ହୋଇଥିଲେ।

Share