Categories: ଖେଳ

ନ୍ୟୁଜିଲାଣ୍ଡ ସିରିଜ ପାଇଁ ଡ୍ରାଭିଡ୍‌ଙ୍କୁ ବିଶ୍ରାମ

ନୂଆଦିଲ୍ଲୀ, ୧୧ା୧୧ (ପି.ଟି): ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କୁ ବିଶ୍ରାମ। ଆସନ୍ତା ନ୍ୟୁଜିଲାଣ୍ଡ ସିରିଜ୍‌ ପାଇଁ ଡ୍ରାଭିଡଙ୍କ ସ୍ଥାନରେ ଭିଭିଏସ୍‌ ଲକ୍ଷ୍ମଣ ଭାରତୀୟ ଦଳର ଦାୟିତ୍ୱ ଗ୍ରହଣ କରିବେ। ଏହି ସିରିଜ୍‌ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷଣା କରାଯାଇଥିବା ବେଳେ ରିଷଭ ପନ୍ତଙ୍କୁ ଉପ ଅଧିନାୟକ ଘୋଷଣା କରାଯାଇଛି। ଏହି ସିରିଜରୁ ଏକାଧିକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ଭାରତୀୟ କୋଚିଂ ଷ୍ଟାଫ୍‌ଙ୍କ ମଧ୍ୟରୁ ରାହୁଲ ଡ୍ରାଭିଡ ଓ ବୋଲିଂ କୋଚ୍‌ ପାରସ ମାହାମ୍ବ୍ରେ ବିଶ୍ୱକପ ପରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଲକ୍ଷ୍ମଣ ନ୍ୟୁଜିଲାଣ୍ଡରେ ଭାରତୀୟ ଦଳ ସହିତ ଯୋଗ ଦେବେ। ଉଲ୍ଲେଖଯୋଗ୍ୟ ଯେ, ଗତ ଏସିଆ କପ୍‌ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳର କୋଚ ରହିଥିଲେ।

Share