Categories: ଖେଳ

ସୂର୍ଯ୍ୟକୁମାରଙ୍କୁ ଚେତାବନୀ ଦେଲେ ଦ୍ରାବିଡ

ବାର୍ବାଡୋସ୍‌,୩୦।୭: ଦିନିକିଆ ଫର୍ମାଟରେ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ଫର୍ମ ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜର ୩ ମ୍ୟାଚ୍‌ରେ ଖାତା ଖୋଲି ନ ଥିବା ସୂର୍ଯ୍ୟକୁମାର ୱେଷ୍ଟଇଣ୍ଡିଜ ଗସ୍ତରେ ପ୍ରଥମ ୨ ଦିନିକିଆରେ ମଧ୍ୟ ସମାନ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମଧ୍ୟ ତାଙ୍କ ଫର୍ମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି, କିନ୍ତୁ ସୂର୍ଯ୍ୟଙ୍କ ଦକ୍ଷତାକୁ ବିଚାର କରି ସେ ତାଙ୍କୁ ଅଧିକ ସୁଯୋଗ ଦେବାକୁ ଚିନ୍ତା କରୁଛନ୍ତି।
ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ପ୍ରଥମ ଦିନିକିଆରେ ସୂର୍ଯ୍ୟକୁମାର ୧୯ ରନ ଏବଂ ଦ୍ୱିତୀୟ ମ୍ୟାଚରେ ମାତ୍ର ୨୪ ରନ ଦେଖିବାକୁ ମିଳିଥିଲା। ରାହୁଲ ଦ୍ରାବିଡ କହିଛନ୍ତି ଯେ, ମୁଁ ଭାବୁଛି ସୂର୍ଯ୍ୟକୁମାର ଯାଦବ ନିଶ୍ଚିତ ଭାବରେ ଜଣେ ମହାନ ଖେଳାଳି ଏବଂ ଏହା ତାଙ୍କ ଅତୀତ ପ୍ରଦର୍ଶନ ଦର୍ଶାଉଛି। ଆମେ ତାଙ୍କୁ ଯଥାସମ୍ଭବ ସୁଯୋଗ ଦେବାକୁ ଚେଷ୍ଟା କରିବୁ। ଏହା ତାଙ୍କ ଉପରେ ନିର୍ଭର କରେ ଯେ, ସେ କିପରି ଏହି ସୁଯୋଗର ଲାଭ ଉଠାଇବେ।
ସୂର୍ଯ୍ୟକୁମାର ବର୍ତ୍ତମାନ ଅନ୍ତର୍ଜାତୀୟ ଟି-୨୦ରେ ନମ୍ବର-୧ ଖେଳାଳି କିନ୍ତୁ ଗତ ବର୍ଷେ ଭିତରେ ଦିନିକିଆ ଫର୍ମାଟରେ ସେ ହାରାହାରି ୧୩ରେ ରନ୍‌ ସ୍କୋର କରିଛନ୍ତି।

Share