ଶିକାର କରି ଭୟରେ ଖାଇ ପାରିଲେନି ମାଂସ

ନାକଟିଦେଉଳ,୧୭ା୪: ନାକଟିଦେଉଳ ବନାଞ୍ଚଳ ଅଧୀନ ମୁଷାକାନୀ ଗ୍ରାମରୁ ଶନିବାର ଏକ ହରିଣର ମୃତଦେହ ଜବତ ହୋଇଛି। ସକାଳେ ଗାଁ ଲୋକେ ରକ୍ତାକ୍ତ ଅବସ୍ଥାରେ ହରିଣ ପଡ଼ିଥିବା ଦେଖି ନାକଟିଦେଉଳ ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟର ଓ ଅନ୍ୟ କର୍ମଚାରୀ ପହଞ୍ଚତ୍ ହରିଣର ମୃତଦେହ ଜବତ କରି ସ୍ଥାନୀୟ ପ୍ରାଣୀଧନ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଥିଲେ। ମୃତ ହରିଣ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ କେହି ମାସଂ ଖାଇବା ଆଶାରେ ହତ୍ୟା କରିଥିବା ଅନୁମାନ କରାଯାଉଛି। ହରିଣର ବୟସ ୪ରୁ ୫ବର୍ଷ ମଧ୍ୟରେ ହେବ। ବ୍ୟବଚ୍ଛେଦ ପରେ ହରିଣକୁ ପୋତି ଦିଆଯାଇଛି ବୋଲି ନାକଟିଦେଉଳ ବନାଞ୍ଚଳ ଅଧିକାରୀ ଅଶ୍ୱିନୀ କୁମାର ବେହେରା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଖାଦ୍ୟ ଅନ୍ବେଷଣରେ ହରିଣଟି ଜଙ୍ଗଲରୁ ଗାଁ ଭିତରକୁ ଚାଲିଆସିଥିବା ବେଳେ କେହି ମାଂସ ଖାଇବା ଆଶାରେ ଶିକାର କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Share