ଡିଆର୍‌ଡିଓ ଆଣ୍ଟି-କୋଭିଡ୍‌ ଔଷଧ ଏବେ ବଜାରରେ, ୨-ଡିଜିଟିଏମ୍‌ ନାମରେ ହେବ ବିକ୍ରି…

ନୂଆଦିଲ୍ଲୀ,୨୮।୬: ଡିଆର୍‌ଡିଓ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଣ୍ଟି-କୋଭିଡ୍‌ ଔଷଧ ବଜାରରେ ୨-ଡିଜିଟିଏମ୍‌ ନାମରେ ହେବ ବିକ୍ରି କରାଯିବ। ଏନେଇ ଡିଆର୍‌ଡିଓ ପକ୍ଷରୁ ଘୋଷଣା କରାଯାଇଛି। ହାଇଦ୍ରାବାଦ୍‌ ସ୍ଥିତ ଡ. ରେଡ୍ଡୀ ଲାବୋରେଟୋରୀରେ ତିଆରି କରାଯାଇଥିବା ଏହି ଔଷଧର ବଜାର ଦାମ୍‌ ୯୯୦ ଟଙ୍କା ରହିବ। ସମ୍ପ୍ରତି ଏହି ଔଷଧ କେତେକ ନିର୍ଦ୍ଧିଷ୍ଟ ହସ୍ପିଟାଲରେ ଉପଲବ୍ଧ ହେଉଛି। ତେବେ ସୋମବାର ଏହାର ବଜାର ପ୍ରବେଶ ସମ୍ପର୍କରେ ଡ.ରେଡ୍ଡୀ ଲାବୋରେଟୋରୀ ପକ୍ଷରୁ ଘୋଷଣା କରାଯାଇଛି। ଏହି ଔଷଧ ପାଉଡର ଭାବେ ପ୍ୟାକେଟରେ ଉପଲବ୍ଧ ହେବ ବୋଲି ଡ.ରେଡ୍ଡୀ ଲାବୋରେଟୋରୀ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ମେ ୧ରେ ଡ୍ରଗ୍ସ୍‌ କଣ୍ଟ୍ରୋଲର ଅଫ୍‌ ଇଣ୍ଡିଆ ପକ୍ଷରୁ ଏହାର ଜରୁରୀକାଳୀନ ବ୍ୟତ୍ହାର ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଥିଲା।

Share