Categories: ଜାତୀୟ

ଟ୍ରାଏଲ ବେଳେ ଡିଆରଡିଓର ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ

ଚିତ୍ରଦୁର୍ଗ,୨୦।୮: ଟ୍ରାଏଲ ସମୟରେ ଡିଆରଡିଓର ତାପସ ଡ୍ରୋନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଡିଆରଡିଓର ମାନବ ବିହୀନ ବିମାନ ଯାନ ଅର୍ଥାତ୍‌ ୟୁଏଭି ଏକ ଟ୍ରାଏଲ ଉଡାଣରେ ଥିଲା କିନ୍ତୁ ବୈଷୟିକ ତ୍ରୁଟି ହେତୁ ଏହା ରବିବାର ସକାଳେ କର୍ନାଟକର ଚିତ୍ରାଦୁରଗା ଜିଲାର ଏକ ଗାଁରେ ପଡିଯାଇଥିଲା।
ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ଏକ ପରୀକ୍ଷଣ ସମୟରେ ଡିଆରଡିଓର ତାପସ ଡ୍ରୋନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଡିଆରଡିଓ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏହା ଜଣାଇଛି ଏବଂ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ଏଥି ସହିତ ଡ୍ରୋନ ଦୁର୍ଘଟଣାର ଖବର ଆସିବା ମାତ୍ରେ ସ୍ଥାନୀୟ ଲୋକଙ୍କ ଦୁର୍ଘଟଣାସ୍ଥଳରେ ଭିଡ ହୋଇଥିଲା।

Share