Categories: ଜାତୀୟ

ସେନାର ଆବଶ୍ୟକତା ଅନୁସାରେ ସମସ୍ତ କ୍ଷେପଣାସ୍ତ୍ର ବିକଶିତ କରିବାକୁ ଡିଆର୍‌ଡିଓ ସକ୍ଷମ

ନୂଆଦିଲ୍ଲୀ, ୧୪।୧୦: ଭାରତୀୟ ସେନାର ଆବଶ୍ୟକତା ଅନୁସାରେ ସମସ୍ତ ପ୍ରକାରର କ୍ଷେପଣାସ୍ତ୍ର ବିକଶିତ କରିବାକୁ ଡିଆର୍‌ଡିଓ ସକ୍ଷମ। ଏ ସମ୍ପର୍କରେ ଡିଆର୍‌ଡିଓ ମୁଖ୍ୟ ଜି. ସତୀଶ ରେଡ୍ଡୀ ବୁଧବାର ସୂଚନା ଦେଇଛନ୍ତି। ଗତ ୪୦ ଦିନ ମଧ୍ୟରେ ଡିଆର୍‌ଡିଓ ୧୦ଟି ଭିନ୍ନ ଭିନ୍ନ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳତାର ସହିତ ସମ୍ପନ୍ନ କରିଛି। ଏହା ଦ୍ୱାରା ଦେଶର ପ୍ରତିରକ୍ଷା ଶକ୍ତି ସୁଦୃଢ଼ ହୋଇପାରିଛି। ଏହି ସମୟ ମଧ୍ୟରେ ଡିଆର୍‌ଡିଓ ପକ୍ଷରୁ ଶୌର୍ଯ୍ୟ ହାଇପରସୋନିକ୍‌ କ୍ଷେପଣାସ୍ତ୍ର, ବ୍ରହ୍ମୋସ୍‌, ଆଣବିକ କ୍ଷେପଣାସ୍ତ୍ର ପୃଥ୍ବୀ, ଆଣ୍ଟି ରେଡିଏଶନ୍‌ କ୍ଷେପଣାସ୍ତ୍ର ରୁଦ୍ରମ୍‌-୧, ଟୋରପେଡୋ ଓ୍ବିପନ ସିଷ୍ଟମ୍‌ ଆଦିର ସଫଳ ପରୀକ୍ଷଣ କରାଯାଇଥିବା ସେ କହିଛନ୍ତି। ଗତ ୫ରୁ ୬ ବର୍ଷ ମଧ୍ୟରେ ଦେଶର କ୍ଷେପଣାସ୍ତ୍ର କ୍ଷମତାରେ ବିକାଶ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି। ଅକ୍ଟୋବର ୧୨ରେ ନିର୍ଭୟ ସବ୍‌ ସୋନିକ୍‌ କ୍ରୁଏଜ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିବାବେଳେ ଅକ୍ଟୋବର ୯ରେ ରୁଦ୍ରମ୍‌ର ସଫଳ ପରୀକ୍ଷଣ ହୋଇଥିବା ସେ କହିଛନ୍ତି। ସେହିପରି ସେପ୍ଟେମ୍ବର ୭ରେ ହାଇପରସୋନିକ୍‌ ଟେକ୍ନୋଲୋଜି ଡେମନଷ୍ଟ୍ରେଶନ ଭେହିକିଲ୍‌ର ପରୀକ୍ଷଣରେ ସଫଳତା ମିଳିଥିବା ସେ କହିଛନ୍ତି।

Share