ଓ୍ବାଶିଂଟନ,୧୨।୯: ମରୁଭୂମିରେ ଜଣେ ଅବା ଦୁଇ ଜଣଙ୍କ ପାଇଁ ନୁହେଁ, ୫୦ ଲକ୍ଷ ଲୋକଙ୍କ ପାଇଁ ନିର୍ମାଣ କରାଯିବ ସ୍ବପ୍ନର ସହର। ଏନେଇ ଆମେରିକାର କୋଟିପତି ବ୍ୟବସାୟୀ ମାର୍କ ଲୋରେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ୧୫୦,୦୦୦ ଏକର ପରିମିତ ଜମିରେ ସହର ନିର୍ମାଣ କରାଯିବ। ଏଥିରେ ୪୦୦ ଶହ କୋଟି ଡଲାରରୁ ଅଧିକ ଖର୍ଚ୍ଚ ହେବ। ମାର୍କ ଏହି ପ୍ରକଳ୍ପ ପାଇଁ ଏବେ ଜମି ଏବଂ ପାଣ୍ଠି ଯୋଗାଡ଼ରେ ବ୍ୟସ୍ତ ରହିଛନ୍ତି। ଏହି ସ୍ବପ୍ନ ସହରରେ ଅନ୍ୟ ବଡ଼ ସହର ଭଳି ସମସ୍ତ ବିକଶିତ ସୁବିଧା ରହିବ।
ସହରରେ ଟୋକିଓ ପରି ପରିଷ୍କାର ପରିଚ୍ଛନ୍ନନା, ନ୍ୟୁୟର୍କ ପରି ବିଳାସପୂର୍ଣ୍ଣ ଜୀବନ ଶୈଳୀ ଏବଂ ଷ୍ଟକହୋମ ପରି ସାମାଜିକ ସୁବିଧା ସୁଯୋଗ ଆଦି ରହିବ। ଏହାର ପରିକଳ୍ପନା ଦାୟିତ୍ୱ ପୃଥିବୀର ପ୍ରସିଦ୍ଧ ସ୍ଥପତି ଫାର୍ମ ବଜରାକେ ଇଞ୍ଜେଲ୍ ଗ୍ରୁପ୍କୁ ଦିଆଯାଇଛି।
ଏହି ସ୍ବପ୍ନର ସହରକୁ ‘୧୫ ମିନିଟ ସିଟି ଡିଜାଇନ’ ଦ୍ୱାରା ନିମର୍ର୍ାଣ କରାଯିବ। ଅର୍ଥାତ୍ ବାସିନ୍ଦାମାନେ ନିଜ ଘରୁ ଅଫିସ, ସ୍କୁଲ ଏବଂ ଅନ୍ୟାନ୍ୟ ସ୍ଥାନକୁ ମାତ୍ର ୧୫ ମିନିଟରେ ପହଞ୍ଚି ପାରିବେ। ଏହି ପ୍ରକଳ୍ପ ପାଇଁ ନେଭାଡା, ୟୁଟା, ଇଡାହୋ, ଏରିଜୋନା, ଟେକ୍ସାସ ଏବଂ ଆପାଲାଚିଆନ ଭଳି ଅଞ୍ଚଳରେ ଜମିର ସନ୍ଧାନ ଜାରି ରହିଛି। ଏଠାରେ ଉଭୟ ଆବାସିକ କୋଠା ଏବଂ ସବୁଜ ସ୍ଥାନ ରହିବ। ସହରରେ ପେଟ୍ରୋଲ, ଡିଜେଲ ଆଦିରେ ଚାଲୁଥିବା ଯାନ ଉପରେ ପ୍ରତିବନ୍ଧକ ଲଗାଯିବ।