ଅଭିନେତ୍ରୀ ବି ଜଣେ ମଣିଷ: ଅନନ୍ୟା

ମୁମ୍ବାଇ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କ ଅପକମିଂ ମୁଭି ‘ଡ୍ରିମ ଗର୍ଲ୨’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ମୁଭିରେ ଅନନ୍ୟା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ଲିଡ ରୋଲରେ ନଜର ଆସିବେ। ‘ଷ୍ଟୁଡେଣ୍ଟ ଅଫ ଦ ଇୟର ୨’ରୁ ‘ପତି ପତ୍ନୀ ଔର ତୁମ’ ପର୍ଯ୍ୟନ୍ତ ମୁଭିରେ ଅନନ୍ୟାଙ୍କ ଗ୍ଲାମରସ ରୋଲ ଦେଖିବାକୁ ମିଳିଥିଲା। ଏବେ ‘ଡ୍ରିମ ଗର୍ଲ ୨’ରେ ସେ ଏକ ଛୋଟିଆ ସହରର ଝିଅ ଭୂମିକାରେ ଅଭିନୟ କରିଛନ୍ତି।
ଅନନ୍ୟା ୨୦୧୯ରେ ‘ଷ୍ଟୁଡେଣ୍ଟ ଅଫ ଦ ଇୟର ୨’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ପ୍ରାୟ ୪ ବର୍ଷର ଫିଲ୍ମ କ୍ୟାରିୟରରେ ଏହି ଅଭିନେତ୍ରୀ କିଛି ହାତ ଗଣତି ଫିଲ୍ମରେ କାମ କରିଛନ୍ତି। ଏବେ ସେ ‘ଡ୍ରିମ ଗର୍ଲ ୨’ସହ ଏକ କଣ୍ଟେଟ ଡ୍ରାଇଭେନ ଫିଲ୍ମରେ କାମ କରିବାକୁ ଯାଉଛନ୍ତି ଓ ଏହାକୁ ନେଇ ସେ ‘ଦ ଇଣ୍ଡିଆନ ଏକ୍ସପ୍ରେସ’ ସହ କଥା ହୋଇଛନ୍ତି।

ପୋର୍ଟାଲ ସହ ସାକ୍ଷାତକାରରେ ଅନନ୍ୟା କହିଛନ୍ତି ଯେ ସେ ‘ଡ୍ରିମ ଗାର୍ଲ ୨’ ପାଇଁ ଉତ୍ସାହିତ ଅଛନ୍ତି। ସେ ଏକ କଣ୍ଟେଟ ଡ୍ରାଇଭେନ ମୁଭି ଏବଂ ଅଭିନୟ ଭିତ୍ତିକ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ କାମ କରି ଖୁସି। ଅନନ୍ୟା କହିଛନ୍ତି- ଏହା ମୋତେ ଅନ୍ୟ ଦିଗକୁ ନେଇଥାଏ ଏବଂ ମୋର ଫିଲ୍ମୋଗ୍ରାଫି ସହିତ ସଂଯୋଗ କରେ। ଏହା ଏକ ଭିନ୍ନ ପ୍ରକାରର ଦର୍ଶକଙ୍କୁ ଟାର୍ଗେଟ କରେ ଯେଉଁ ପର୍ଯ୍ୟନ୍ତ ମୁଁ ବୋଧହୁଏ ପହଞ୍ଚିବାକୁ ସକ୍ଷମ ନ ଥିଲି।
ଅଭିନେତ୍ରୀ ଯେତେବେଳେ ୨୦୧୯ରେ ବଲିଉଡରେ ଡେବ୍ୟୁ କରିଥିଲେ ସେତେବେଳେ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡିଥିଲା। ଏମିତି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମୁଁ ଜଣେ ଅଭିନେତ୍ରୀ ହୋଇଥିବାରୁ ଟ୍ରୋଲର କୌଣସି ପ୍ରଭାବ ମୋ ଉପରେ ପଡି ନ ଥାଏ। ହେଲେ ମୁଁ କେବେ ଶିଖିବା ବା ଆଗକୁ ବଢିବା ବନ୍ଦ କରି ନାହିଁ କି କରିବି ନାହିଁ। ତେବେ ଜଣେ ମଣିଷ ଭାବେ ଟ୍ରୋଲିଂର ବହୁତ ଅଧିକା ଅସର ପଡିଥାଏ। ଯେଉଁମାନେ ନେଗେଟିଭ କଥା କୁହନ୍ତି ସେମାନେ ଜାଣି ରଖିବା ଦରକାର ଯେ ଅଭିନେତ୍ରୀ ବି ଜଣେ ମଣିଷ, ହେଲେ ମୁଁ କହିବି ନାହିଁ କି ମୁଁ ବିଚାରି ବୋଲି।

Share