ଆୟୁଷ୍ମାନଙ୍କୁ ସଫଳତା ଆଣିଦେଲା ଡ୍ରିମ୍‌ ଗାର୍ଲ ୨: ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ସାମିଲ

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡ୍ରିମ ଗାର୍ଲ ୨ ବର୍ତ୍ତମାନ ବକ୍ସ ଅଫିସରେ ବହୁତ ଭଲ ଆୟ କରୁଛି । ଏହି ଚଳଚ୍ଚିତ୍ରଟି ଅଆୟୁଷ୍ମାନଙ୍କ କ୍ୟାରିଅରର ଫ୍ଲପ ଫିଲ୍ମର ସିରିଜକୁ ଶେଷ କରିଛି । ତାଙ୍କୁ ସଫଳତା ଆଣିଦେଇଛି। ଡ୍ରିମ ଗାର୍ଲ ୨କୁ ନେଇ ସେ ବେସ୍‌ ଖୁସି ଅଛନ୍ତି। ଡ୍ରିମ ଗାର୍ଲ ୨ ରିଲିଜ ହେବାର ୧୦ ଦିନ ହୋଇଗଲାଣି । ତେବେ ବିଶ୍ୱରେ ୧୦୦ କୋଟି ଅତିକ୍ରମ କରିଛି। ଅର୍ଥାତ ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଏହା ସହିତ ଡ୍ରିମ ଗାର୍ଲ ୨ ତାଙ୍କର ପଞ୍ଚ ମ ଫିଲ୍ମ ।
ରିପୋର୍ଟ ଅନୁଯାୟୀ, ଡ୍ରିମ ଗାର୍ଲ ୨ ର ସର୍ବଶେଷ ସଂଗ୍ରହ ବିଷୟରେ କହିବାକୁ ଗଲେ, ଭାରତରେ ୮୬.୧୬ କୋଟି ନିଟ୍‌ ସଂଗ୍ରହ କରିଥିବାବେଳେ ମୋଟ ସଂଗ୍ରହ ହେଉଛି ୧୦୧.୭୦ କୋଟି। ଏଥି ସହିତ ବିଦେଶରେ ରୋଜଗାର ୧୨ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

Share