କରୋନାରେ ଡ୍ରିମ୍‌ଗର୍ଲ ଫେମ୍‌ ରିଙ୍କୁ ସିଂଙ୍କ ପରଲୋକ

ମୁମ୍ବାଇ,୪।୬: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଡ୍ରିମ୍‌ଗର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମେ’୨୫ରେ ରିଙ୍କୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ହୋମ୍‌ ଆଇସୋଲେଶନ୍‌ରେ ରହିଥିଲେ। ହେଲେ ଗତ କିଛି ଦିନରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା। ପରେ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତାଙ୍କ ଭଉଣୀ ଚନ୍ଦା ସିଂହ ନିକୁମ୍ଭ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ଫିଲ୍ମ ଓ ସିରିୟଲ୍‌ ଇଣ୍ଡଷ୍ଟ୍ରିରେ ଶୋକପ୍ରକାଶ ପାଇଛି। ରିଙ୍କୁଙ୍କ କାର୍ଯ୍ୟ କଥା କହିବାକୁ ଗଲେ ଗତ ଥର ଅମାଜନ ପ୍ରାଇମ୍‌ ଭିଡିଓ ଫିଲ୍ମ ‘ହେଲୋ ଚାର୍ଲିରେ ତାଙ୍କ ଅଭିନୟକୁ ଦେଖିବାକୁ ମିଳିଥିଲା। କିନ୍ତୁ ଡ୍ରିମ୍‌ଗର୍ଲରୁ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମିଳିଥିଲା। ଏତଦ୍‌ ବ୍ୟତୀତ ଚିଡିଆଘର, ମେରି ହାନିକାରକ ବିବି ଭଳି ଆଦି ଅନେକ ଟିଭି ସିରିୟଲ୍‌ରେ ସେ କାମ କରିସାରିଛନ୍ତି।

Share