୭୩ରେ ପାଦ ରଖିଲେ ଡ୍ରିମ ଗର୍ଲ

ମୁମ୍ବାଇ: ଲକ୍ଷେ ଦିଲ କି ଧଡକନ ବଲିଉଡ୍ ଡ୍ରିମ ଗର୍ଲ ହେମା ମାଳିନୀ ୭୩ ବର୍ଷରେ ପଦାର୍ପଣ କରିଛନ୍ତି । ୧୬ ଅକ୍ଟୋବର ୧୯୪୮ରେ ତାମିଲନାଡୁର ଅମ୍ମକୁଦିରେ ତାଙ୍କର ଜନ୍ମ । ସାଉଥ୍‌ରେ ଜନ୍ମହୋଇ ବି ସେ ୮୦ ଦଶକରେ ବଲିଉଡରେ ରାଜ୍ କରିଥିଲେ । ଅଭିନୟ ସାଙ୍ଗକୁ ସୁନ୍ଦରତାରେ ସେ ଦର୍ଶକଙ୍କ ମନ ମୋହୁଥିଲେ । ଆଜିବି ୭୩ ବର୍ଷରେ ହେମା ୟଙ୍ଗଷ୍ଟରଙ୍କୁ ପଛରେ ପକାଇ ଦିଅନ୍ତି । ସେ ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ପର୍ସନାଲ ଲାଇଫକୁ ନେଇ । ବଲିଉଡରେ ନିଜର ଅଭିନୟର ପାରଦର୍ଶିତା ଦେଖାଇ ସେ ପାଲଟି ଯାଇଥିଲେ ଲକ୍ଷେ ଦିଲ କି ଧଡକନ । ସେ ସମୟର ହିଟ୍ ନାୟକ ଜିତେନ୍ଦ୍ର ହେମାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ ବି ସେ ଏହାକୁ ଗ୍ରହଣ କରି ନ ଥିଲେ । ୧୯୬୫ରେ ହେମାଙ୍କର ‘ଆସମାନ ମହଲ’ ପ୍ରିମିୟରରେ ପ୍ରଥମଥର ପାଇଁ ବଲିଉଡ୍ ହି ମ୍ୟାନ ଧର୍ମେନ୍ଦ୍ରଙ୍କ ସହ ଦେଖା ହୋଇଥିଲା । ଆଉ ପ୍ରଥମ ଦେଖାରୁ ହିଁ ହେମା ବୋଧହୁଏ ଧର୍ମେନ୍ଦ୍ରଙ୍କୁ ମନ ଦେଇ ବସିଥିଲେ । କିନ୍ତୁ ସେତେବେଳକୁ ଧର୍ମେନ୍ଦ୍ର ବିବାହିତ ଓ ସନ୍ତାନର ଜନକ ହୋଇ ସାରିଥିଲେ । କିନ୍ତୁ ହେମାଙ୍କ ମନ ମାନି ନ ଥିଲା । ଶେଷରେ ସେ ଧମେନ୍ଦ୍ରଙ୍କୁ ହିଁ ବିବାହ କରିଥିଲେ । ବଲିଉଡର ଜଣେ ସଫଳ ଅଭିନେତ୍ରୀ ସେ ସମୟରେ ଜଣେ ବିବାହିତ ପୁରୁଷଙ୍କୁ ବିବାହ କରିବା ଯେତିକି ଚର୍ଚ୍ଚା ସାଉଁଟିଥିଲା ତା’ଠାରୁ ଅଧିକ ଚର୍ଚ୍ଚା ଥିଲା ହିମ୍ୟାନଙ୍କ ଧର୍ମପତ୍ନୀ ହେବା ।

Share