‘ଗଦର ୨’ ଦେଖି ଏମିତି କହିଲେ ଡ୍ରିମ୍‌ ଗର୍ଲ

‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଛି। ଫିଲ୍ମ ୯ ଦିନରେ ୩୩୬.୧୩ କୋଟି ଟଙ୍କା ସଂଗ୍ରହ କରିଛି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ଫିଲ୍ମର ପ୍ରଶଂସା କରିବାରେ ଲାଗିପଡିଛନ୍ତି। ଏଥି ସହିତ ସନ୍ନି ଦେଓଲଙ୍କ ସାବତ ମା’ ତଥା ଡ୍ରିମ୍‌ ଗର୍ଲ ହେମା ମାଳିନି ମଧ୍ୟ ‘ଗଦର ୨’ କୁ ପ୍ରଶଂସା କରିଛନ୍ତି।
ପୁଅର ଫିଲ୍ମ ଦେଖି ଥିଏଟରରୁ ବାହାରିବା ପରେ ହେମା କହିଛନ୍ତି- ‘ଗଦର ୨’ ବହୁତ ଭଲ ଲାଗିଲା। ଯେପରି ଆଶା କରାଯାଉଥିଲା ସେପରି ହୋଇଛି। ବହୁତ ଚିତ୍ତାକର୍ଷକ। ଅନିଲ ଶର୍ମା ଜୀ ବହୁତ ସୁନ୍ଦର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଭାରତ ଏବଂ ପାକିସ୍ତାନ ପାଇଁ ଏକ ଭଲ ବାର୍ତ୍ତା ରହିଛି। ହେମା ମାଳିନୀ ମଧ୍ୟ ପୁଅ ସନ୍ନି ଦେଓଲଙ୍କୁ ବହୁତ ପ୍ରଶଂସା କରିଥିଲେ। ‘ଗଦର ୨’ରେ ତାଙ୍କ ଭୂମିକା ପାଇଁ ସେ ତାଙ୍କୁ ଚମତ୍କାର ବୋଲି ବର୍ଣ୍ଣନା କରିଥିଲେ।
ହେମା ମାଳିନୀ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ସ୍ତ୍ରୀ ଏବଂ ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀଙ୍କ ସନ୍ତାନ ହେଉଛନ୍ତି ସନ୍ନି ଦେଓଲ ଏବଂ ବବି ଦେଓଲ।

Share