ଯୁକ୍ତ୩ରେ ନାମ ଲେଖାଇବାକୁ ଅର୍ଥ ସାଜିଛି ବାଧକ

ମୋହନା,୩୦ା୯(ମନ୍ମଥ ମିଶ୍ର): ପାଠପଢି ଶିକ୍ଷୟତ୍ରୀ ହେବାର ବହୁତ୍ ସ୍ବପ୍ନ ଦେଖୁଛନ୍ତି ଦିବ୍ୟାଙ୍ଗ ସଜନୀ। ହେଲେ ଅର୍ଥାଭାବରୁ ପାଠରେ ଏବେ ଡୋରି ଲାଗିଯିବା ସହ ସବୁ ସ୍ବପ୍ନ ଅଧୁରା ରହିଯାଇଛି। ସରକାର ଯଦି ସହାୟତା ଯୋଗାଇ ଦିଅନ୍ତେ ତେବେ ସଜନୀ ଆଗକୁ ପାଠ ପଢ଼ିବା ସହ ନିଜ ସ୍ବପ୍ନକୁ ସାକାର କରିପାରନ୍ତେ ବୋଲି ଆଶା ରଖିଛନ୍ତି। ସେ ହେଉଛନ୍ତି ଗଜପତି ଜିଲା ମୋହନା ପଞ୍ଚାୟତ ଲେକାପଦର ଗାଁର ପ୍ରଭାକର ମଲ୍ଲିକଙ୍କ ଦିବ୍ୟାଙ୍ଗ ଝିଅ ସଜନୀ ମଲ୍ଲିକ। ପିଲାଟି ଦିନରୁ ସଜନୀ ନିଆଁରେ ପୋଡ଼ି ହୋଇ ଗୋଟିଏ ହାତ ହରାଇଛନ୍ତି ସିନା ହେଲେ ପାଠପଢ଼ି ଶିକ୍ଷୟତ୍ରୀ ହେବାକୁ ସ୍ବପ୍ନ ରଖିଛନ୍ତି। ୨୦୦୭ରେ ବାପା ପ୍ରଭାକର ଯକ୍ଷ୍ମା ରୋଗରେ ପୀଡିତ ହୋଇ ପ୍ରାଣ ହରାଇଲେ। ସେହିଦିନଠାରୁ ମାଆ ଝୁନୁ ମଲ୍ଲିକଙ୍କ ଉପରେ ପଡ଼ିଲା ପରିବାର ପ୍ରତିପୋଷଣର ବୋଝ। ଜନ୍ମରୁ ବଡ଼ ଭାଇ ମାନସିକ ଅନଗ୍ରସର। ଦାରିଦ୍ର୍ୟତା ଭିତରେ ବି ମା’ ଝୁନୁ ଦିବ୍ୟାଙ୍ଗ ପୁଅଝିଅଙ୍କ ମୁହଁରେ ଦାନା ଯୋଗାଡ କରିବା ସହ ପାଠ ପଢ଼ାଇ ଭଲ ମଣିଷଟିଏ କରିବାକୁ ଆଶା ରଖିଛନ୍ତି। ସରକାରୀ ସହାୟତା କହିଲେ ମୁଣ୍ଡ ପିଛା ୫ କେଜି ଚାଉଳ। ଆଉ ଦିବ୍ୟାଙ୍ଗ ଭତ୍ତା। ସେତିକିରେ ଦୁଃଖ କଷ୍ଟରେ ଚଳି ଯାଉଛନ୍ତି ୩ ପ୍ରାଣୀ। ଝିଅ ସଜନୀ ମୋହନା ହିଲଟପ୍‌ କଲେଜରେ ଚଳିତ ବର୍ଷ +୨ ପାସ କରିଛନ୍ତି। +୩ ରେ ନାମ ଲେଖାଇବାକୁ ଆର୍ଥିକ ସମ୍ବଳ ନ ଥିବାରୁ ଏବେ ସଜନୀ ଘରେ ରହିଯାଇଛନ୍ତି। ପରିବାରର ଆର୍ଥିକ ଅନାଟନ ମଧ୍ୟରେ ନିଜେ ଦେଖୁଥିବା ସ୍ବପ୍ନ ଅଧୁରା ରହିଯାଇଛି। ତେବେ ସରକାର ସଜନୀଙ୍କ ପ୍ରତି ଦୃଷ୍ଟି ଦେଇ ପାଠ ପଢା ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, ସଜନିର ଉଚ୍ଚ ଶିକ୍ଷା ପାଇଁ ଗ୍ରୀନ ପାସେଜ୍‌ ସ୍କିମ ହେଉ ଅବା ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ପାଠ ପଢା ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ପାଣ୍ଠି ଆତ୍ମସାତ କରି ବନ୍ଧା ହେଲେ ଫରେଷ୍ଟର, ଗାଁ ସାଥି

କୋରାପୁଟ, ୨୫।୧୧: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର, ଗାଁ ସାଥି। ଜଙ୍ଗଲରେ ବାହ୍ୟ ଜୀବଙ୍କ ପ୍ରବେଶ ରୋକିବାକୁ ତାରବାଡ଼ ଏବଂ ଖାଲ...

ଦୁର୍ଗମ ଜଙ୍ଗଲରେ ହେଉଥିଲା ଗଞ୍ଜେଇ ଚାଷ, ନଷ୍ଟ କଲା ପୋଲିସ, ଅବକାରୀ ଟିମ

ଦିଗପହଣ୍ଡି/ପାଟପୁର,୨୫।୧୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦାମପୁର,କନ୍ଧ ଜକର ଏବଂ ବୋରେଇ ପାହାଡ ଗ୍ରାମ ସଂଲଗ୍ନ ଦୁର୍ଗମ ଜଙ୍ଗଲରେ...

ବ୍ରିଟିଶ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟିପଡିଲା ପିକଅପ୍‌ ଭ୍ୟାନ: ୨୫ ଆହତ, ଜଣେ ମୃତ

ପଟ୍ଟାଙ୍ଗି,୨୫।୧୧(ଶରତ ଧଳ): ପଡୋଶୀ ଆନ୍ଧ୍ର ରାଜ୍ୟକୁ ଦାଦନ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ପିକଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୨୫ ଜଣ ଆହତ ହୋଇଥିବା...

ମା’ ବିରଜା ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୫।୧୧: ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ। ଓଡିଶାର ଜନସାଧାରଣଙ୍କ  ଧାର୍ମିକ ଓ ଆଧ୍ୟାତ୍ମିକ...

ଦେଶୀ ବନ୍ଧୁକ ବେପାର ଠାବ: ବରଗଡ଼ରୁ ବିହାରକୁ ଲମ୍ବିଛି ଚେର, ୫ ଗିରଫ

ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଦେଶୀ ବନ୍ଧୁକ ବେପାର ଠାବ କରିଛି। ପୋଲିସ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ...

ଅଟୋକୁ ପଛ ପଟୁ ଧକ୍କା ଦେଲା ବିଧାୟକଙ୍କ କାର୍‌

ନିରାକାରପୁର,୨୫।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ପୋଖରିଆ ଛକ ନିକଟରେ ସୋମବାର ଏକ ଅଟୋ...

ଭାଜପା ହାତ ଧରିଲେ ୪ ବିଜେଡି ନେତା

ମାଲକାନଗିରି,୨୫।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲାକନଗିରି ଜିଲାର ୪ଜଣ ବିଜେଡି ନେତା ଦଳ ଛାଡି ଭାଜପାରେ ସାମିଲ ହୋଇଛନ୍ତି। ବିଜେଡି ନେତା ତଥା ପରାମର୍ଶଦାତା କେଶବ ଚନ୍ଦ୍ର ନାୟକ,...

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ କରିଥିଲେ ଅପହରଣ, ତା’ପରେ…

ହିଞ୍ଜିଳିକାଟୁ, ୨୫।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିବା ଅଭିଯୋଗରେ ସାଢ଼େ ୪ମାସ ପରେ ଅଭିଯୁକ୍ତଙ୍କୁ ଆନ୍ଦ୍ରପ୍ରଦେଶଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri