ପକ୍କା ଘରେ ରହିବା ସ୍ବପ୍ନ ଚୁରମାର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ ହଡ଼ପ କରିନେଲେ ଦଲାଲ

ଦାରିଙ୍ଗବାଡି, ୬।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କଚ୍ଚା ଘରକୁ ପକ୍କାଘର କରିବା ପାଇଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। କିନ୍ତୁ ତାହା କେତେ ସଫଳ ରୂପାୟନ ହେଉଛି ତାର ତଦାରଖ କରିବା ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ନିୟୋଜିତ ଅଧିକାରୀମାନଙ୍କ ମନମୁଖୀ ହେଉ କି ବୈମାତୃକ ମନୋଭାବ ହେଉ ତାହା ତୃଣମୂଳ ସ୍ତରରେ ଫେଲ ମାରିଛି।
ଏଭଳି ଘଟଣା ଦେଖିବାକୁ ମିଳିଛି ଉକ୍ତ ବ୍ଲକ ସିମନବାଡି ପଞ୍ଚାୟତ ଦଡିବାଡି ଗ୍ରାମରେ। ଉକ୍ତ ଗ୍ରାମର ସୁକୁମାରି ବିନ୍ଧାଣିଙ୍କୁ ଗତ ୨୦୨୩ ଜୁନ ମାସ ୧୯ରେ ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯିବା ସହ ଆଗୁଆ ୪୦ ହଜାର ଅନୁଦାନ ପ୍ରଦାନ କରାଯାଇଥିଲା। ତେବେ ସେହି ଗ୍ରାମର ଜଣେ ଯୁବକ ଘର ନିର୍ମାଣ କରିଦେବି କହି ପ୍ରଲୋଭନ ଦେଖାଇ ଉକ୍ତ ଅର୍ଥ ନେବା ସହ କାର୍ଯ୍ୟ ଆରମ୍ଭ କରିଥିଲେ। ପୁଣି ସୁକୁମାରୀଙ୍କ ଦିତୀୟ କିସ୍ତି ୬୫ ହଜାର ଆସିବା ପରେ ଘରର କାର୍ଯ୍ୟ ସମ୍ପୂର୍ଣ୍ଣ କରିବି କହି ଉକ୍ତ ଅର୍ଥକୁ ମଧ୍ୟ ଯୁବକ ଜଣଙ୍କ ସୁକୁମାରୀଙ୍କଠାରୁ ନେଇଗଲେ। ସେହିଦିନ ଠାରୁ ଆଉ ଉକ୍ତ ଯୁବକ ନା ଘର କାର୍ଯ୍ୟ ଶେଷ କରୁଛନ୍ତି ନା ସୁକୁମାରୀଙ୍କ ଅର୍ଥ ଫେରାଉଛନ୍ତି। ଫଳରେ ସୁକୁମାରୀ ଏବେ ଗୁହାଳ ଘରେ ଛେଳି ଗହଣରେ ରହିବା ସହ ତାଙ୍କ ପରିବାର ଓ ଛେଳି ଏକାଠି ମୁଣ୍ଡ ଗୁଞ୍ଜୁଛନ୍ତି। ଗୁହାଳ ଘରେ ରୋଷେଇ, ଖାଇବା, ପିଲାଙ୍କ ପାଠପଢା ଆଦି କରିବା ସହ ରାତିରେ ସେହି ଅଧାପନ୍ତରିଆ ଘରେ ପରିବାର ନେଇ ଶୋଇବାକୁ ପଡୁଛି। ଖରା ଦିନ ପରେ ବର୍ଷା ଗଲା ଏବେ ଶୀତରେ ମଧ୍ୟ ଉକ୍ତ ଘରେ ଦିନ ରାତି ବିତାଉଛନ୍ତି।
ସୁକୁମାରୀ ଅନେକ ସ୍ବପ୍ନ ଦେଖିଥିଲେ ଘର ଟିଏ ହେଲା ପରେ ପରିବାର ନେଇ କୋଠା ଘରେ ରହିବେ। ହେଲେ ସ୍ବପ୍ନ ତାଙ୍କର ଧୂଳିସାତ ହୋଇଯାଇଛି। କେବଳ ସୁକୁମାରୀ ନୁହଁନ୍ତି ସେହି ଗ୍ରାମର ଶିବ ବିନ୍ଧାଣି ଏବଂ ନମିତା ପ୍ରଧାନଙ୍କୁ ମଧ୍ୟ ସେହି ଗୋଟିଏ ଦିନରେ କାର୍ଯ୍ୟାଦେଶ ମିଳିଥିଲା ଓ ଯୁବକ ଜଣଙ୍କ ସମସ୍ତଙ୍କ ଘର ଶୀଘ୍ର ନିର୍ମାଣ କରିଦେବି କହି ୨ଟି କିସ୍ତିର ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ନେଇ ସମସ୍ତ ଘର ଅଧାପନ୍ତାରିଆ କରି ଛାଡି ଲୋକଙ୍କ ଅର୍ଥକୁ ହଡପ କରିଦେଇଛନ୍ତି।
ବର୍ତ୍ତମାନ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ସୁକୁମାରୀ, ନମିତା ଏବଂ ଶିବ ବିନ୍ଧାଣୀଙ୍କ ଘର ନିର୍ମାଣ କାର୍ଯ୍ୟ ସରିନଥିବା ବେଳେ ଅତି ଚଞ୍ଚକତାର ସହ ଅର୍ଥ ହଡପ ସହ ଅତି ନିମ୍ନମାନର କାର୍ଯ୍ୟ୍‌କୁ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନେ ଚିନ୍ତିତ ଅଛନ୍ତି। କେବେ ଓ କେମିତି ତାଙ୍କ ଘର କାର୍ଯ୍ୟ ସମ୍ପୂର୍ଣ୍ଣ କରଯାଇପାରିବ ସେନେଇ ପ୍ରଶାସନ ହସ୍ତକ୍ଷେପ କରିବାକୁ ହିତାଧିକାରୀମାନେ ନିବେଦନ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଗଣବଳାତ୍କାର: ୫ ସମ୍ପର୍କୀୟ ଗିରଫ

ଦେବଗଡ,୨୫।୪(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନାଂଚଳର ଏକ ନିର୍ଦ୍ଦିଷ୍ଟ ଗ୍ରାମରେ ଘଟିଥିବା ଗଣବଳାତ୍କାର ଘଟଣାରେ କୁଣ୍ଢେଇଗୋଳା ଥାନା ପୋଲିସ ପୀଡିତାଙ୍କର ୫ ଜଣ ସମ୍ପର୍କୀୟଙ୍କୁ ଗିରଫ...

ପହଲଗାମ ଆକ୍ରମଣ ପରେ ଏଲଓସିରେ ଉତ୍ତେଜନା: ପାକିସ୍ତାନର ଗୁଳିମାଡ଼, ଭାରତୀୟ ସେନାର କଡ଼ା ଜବାବ

ନୂଆଦିଲ୍ଲୀ,୨୫।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମୃତ୍ୟୁ...

ଶିମ୍‌ଲା ଚୁକ୍ତି କ’ଣ, ଯାହାକୁ ବାତିଲ୍‌ କଲା ପାକିସ୍ତାନ

ନୂଆଦିଲ୍ଲୀ/ଇସ୍‌ଲାମାବାଦ, ୨୫ା୪:ପହଲଗାମ୍‌ ଆକ୍ରମଣରେ ଜର୍ଜରିତ ଭାରତ ପାକିସ୍ତାନ ସହ କୂଟନୈତିକ ସମ୍ପର୍କ ଛିନ୍ନ କରିବାର ଦିନକ ପରେ ଗୁରୁବାର ଇସ୍‌ଲାମାବାଦ ‘ଯେସାକୁ ତେସା’ ନୀତି ଆପଣାଇ...

ଟି-୨୦ ବଡ଼ କାରନାମା କଲେ ବିରାଟ କୋହଲି: ବାବର ଆଜମଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ,୨୫।୪:ଆଇପିଏଲ ୨୦୨୫ର ୪୨ତମ ମ୍ୟାଚ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ RCB...

ସମିତିସଭ୍ୟ ଉପନିର୍ବାଚନ: ଭାଜପା ସମର୍ଥିତ ଶ୍ୟାମସୁନ୍ଦର ବିଜୟୀ

ବେଲଗୁଣ୍ଠା,୨୪ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ବୁଧବାର ଉପନିର୍ବାଚନ ହୋଇଥିଲା। ଗୁରୁବାର ଭୋଟ୍‌ ଗଣତି କରାଯାଇ...

ଜାଲ ସାର୍ଟିଫିକେଟ୍‌ ମାମଲା: ପୁଣି ଖୋଳତାଡ଼ ଆରମ୍ଭ କଲା ସିବିଆଇ

ବଲାଙ୍ଗୀର,୨୪ା୪(ବୀରେନ୍ଦ୍ର କୁମାର ଝାଙ୍କର)-୨୦୨୩ ମସିହାର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ୍‌ ମାମଲାର ପୁନଃ ଖୋଲତାଡ ଆରମ୍ଭ କରିଛି ସିବିଆଇ ଟିମ୍‌। ସିବିଆଇର ଏକ ଟିମ୍‌ ବଲାଙ୍ଗୀରରେ ପହଞ୍ଚି...

ପଞ୍ଚାୟତିରାଜ ଅନୁଷ୍ଠାନ ସଶକ୍ତ ହେଲେ ବିକଶିତ ଓଡ଼ିଶା ସମ୍ଭବ

ବରଗଡ,୨୫।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ବରଗଡ଼ ଗୋରୁ ମାର୍କେଟ ପରିସରରେ ଅନୁଷ୍ଠିତ ଜିଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ...

Pahalgam Terror Attack: ସରକାର ମାନିଲେ ସୁରକ୍ଷାରେ ହୋଇଛି ତ୍ରୁଟି, ରିଜିଜୁ କହିଲେ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image