ଅହମ୍ମଦାବାଦ,୧୦।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାଇଁ ପଦାର୍ପଣ କରିଥିଲେ ଅଲରାଉଣ୍ଡର ଦୀପକ ହୁଡା। ତାଙ୍କୁ ଇଣ୍ଡିଆ କ୍ୟାପ ପ୍ରଦାନ କରିଥିଲେ କିମ୍ବଦନ୍ତୀ ବ୍ୟାଟର ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି। ଏଥିସହିତ ତାଙ୍କ ପିଲା ଦିନର ସ୍ବପ୍ନ ପୂରା ହୋଇଛି ବୋଲି ଏହି ଅଲରାଉଣ୍ଡର କହିଛନ୍ତି।
“ମୁଁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚ୍ରେ ପଦାର୍ପଣ କରିଛି। ଏହା ଅନନ୍ୟ ଅନୁଭବ। ଏଠାରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ। ଟିମ୍ ଇଣ୍ଡିଆର ଅଂଶ ହୋଇଥିବାରୁ ମୁଁ ଗର୍ବିତ। ପୂର୍ବରୁ ଯେତେବେଳେ ମୁଁ ଦଳରେ ସ୍ଥାନ ପାଇଥିଲି, ସେତେବେଳେ କୋହଲି ଦଳରେ ନ ଥିଲେ। କୋହଲି କିମ୍ବା ମାହି (ମହେନ୍ଦ୍ର ସିଂ ଧୋନୀ) ଭାଇଙ୍କଠାରୁ ଇଣ୍ଡିଆ କ୍ୟାପ ପାଇବା ମୋର ପିଲା ବେଳର ସ୍ବପ୍ନ ଥିଲା। କୋହଲିଙ୍କ ଠାରୁ କ୍ୟାପ ପାଇ ମୋ ସ୍ବପ୍ନ ସତ ହୋଇଛି ” ବୋଲି ୪୪ ରନ୍ରେ ଦ୍ୱିତୀୟ ଦିନିକିଆ ସହ ସିରିଜ୍ ଜିତିବା ପରେ ଦୀପକ କହିଛନ୍ତି।