ସ୍ବପ୍ନ ବି ଆମକୁ ଦେଇଥାଏ ଅନେକ ସଙ୍କେତ, ଜାଣନ୍ତୁ…

ସ୍ବପ୍ନ ବେଳେବେଳେ ଆମକୁ ଅନେକ ସଙ୍କେତ ଦେଇଥାଏ। କିନ୍ତୁ ଏକଥା ସମସ୍ତଙ୍କୁ ଜଣା ନଥାଏ। ତା’ହେଲେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ସ୍ବପ୍ନ ଆମକୁ କି ସଙ୍କେତ ଦେଇଥାଏ…

* ଜ୍ୟୋତିଷଶାସ୍ତ୍ର ଅନୁସାରେ, ସ୍ବପ୍ନରେ ପ୍ରଭୁ ଗଣେଶଙ୍କର ଫଟୋ ହେଉ ଅବା ମୂର୍ତ୍ତି ଦେଖିଲେ ସ୍ବଭାଗ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

* ସ୍ବପ୍ନରେ କିଛି ଶସ୍ୟ ଦେଖିବା ଚିନ୍ତାଗ୍ରସ୍ତର ସଙ୍କେତ ଦେଇଥାଏ।

*ଡାଳିମ୍ବ ଖାଇବାର ସ୍ବପ୍ନ ଦେଖିବା ଧନବୃଦ୍ଧିକୁ ସୂଚାଇଥାଏ।

*କୌଣସି ଅଜଣା ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିଲେ ଆଗକୁ କିଛି ଅନିଷ୍ଟ ଘଟିବାର ସଙ୍କେତ ମିଳିଥାଏ।

*ଜୁଆଣି ଖାଇବାର ସ୍ବପ୍ନ ସ୍ବାସ୍ଥ୍ୟ ଭଲ ରହିବାର ସୂଚନା ଦେଇଥାଏ।

*ଯଦି ସ୍ବପ୍ନରେ କୌଣସି ଶିକ୍ଷକ ବା ଅଧ୍ୟାପକଙ୍କୁ ଦେଖନ୍ତି, ତା’ହେଲେ ଏହା ସଫଳତା ପ୍ରାପ୍ତିର ସଙ୍କେତ ଦିଏ।

*ସେହିପରି ଅନ୍ଧକାର ବା ଅନ୍ଧାରୁଆ ସ୍ଥାନର ସ୍ବପ୍ନ ବିପତ୍ତିର ସୂଚନା ଦେଇଥାଏ।

*ହେଲେ କାହାର ଅନ୍ତେଷ୍ଟି କ୍ରିୟାର ସ୍ବପ୍ନ ଦେଖିଲେ ଆଗକୁ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବାକୁ ଯାଉଛି ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଥାନ୍ତି।

*ନିଜକୁ ଆକାଶରେ ଉଡୁଥିବାର ସ୍ବପ୍ନ ଯଦି କେହି ଦେଖନ୍ତି, ତା’ହେଲେ ଏହା ଉକ୍ତ ବ୍ୟକ୍ତିଙ୍କର ସଫଳତାପାପ୍ତିର ସଙ୍କେତ ଦେଇଥାଏ ବୋଲି ବିଶ୍ୱାସ ରହିଛି।