ସ୍ୱପ୍ନ ସତ ହୁଏ : ସନ୍ନି ଲିଓନ

ମୁମ୍ବାଇ: ଚର୍ଚ୍ଚାରେ ପର୍ନ ଷ୍ଟାର ତଥା ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ । ଅଭିନେତ୍ରୀ କହିଛନ୍ତି ସ୍ୱପ୍ନ ସତ ହୁଏ । ଏବେ ଦର୍ଶକଙ୍କ ମନରେ ପ୍ରଶ୍ନ କେଉଁ ସ୍ୱପ୍ନ । ତେବେ ଏହାକୁ ସେ କ୍ଲିୟର ବି କରିଛନ୍ତି । ସନ୍ନି କହିଛନ୍ତି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ସହ କାମ କରିବାକୁ ସୁଯୋଗ ମିଳିବା ସ୍ୱପ୍ନ ସତ ହେବା ସହ ସମାନ ।
ଇନଷ୍ଟାଗ୍ରମରେ ଅଭିନେତ୍ରୀ ଅନୁରାଗଙ୍କ ସହ ଏକ ଫଟୋ ଶେୟାର କରି କହିଛନ୍ତି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟିରେ ତାଙ୍କର ଯାତ୍ରା ଆଦୌ ସହଜ ନ ଥିଲା । ହଁ ମୋ ମୁହଁରେ ଆପଣମାନେ ହସ ଦେଖୁଛନ୍ତି । କାରଣ ମୁଁ ଏକ ଲକ୍ଷ ବର୍ଷ ଭିତରେ ବି ଭାବି ନ ଥିଲି କି ଅନୁରାଗ କଶ୍ୟପଙ୍କ ଭଳି କେହି ଅଦ୍ଭୁତ ବ୍ୟକ୍ତି ମୋତେ ନେଇ କିଛି ଚାନ୍ସ ନେଇପାରନ୍ତି । ମୋର ଯାତ୍ରା ଅଦ୍ଭୁତ ରହିଛି ହେଲେ ଏତେ ସହଜ ନୁହେଁ ।
ସନ୍ନି କହିଛନ୍ତି ଭାରତ ଓ ବଲିଉଡରୁ ମୋତେ ବହୁ ବର୍ଷ ପରେ ଏକ ଫୋନ ଆସିଛି କି ମୁଁ ଅନୁରାଗ କଶ୍ୟପଙ୍କ ଫିଲ୍ମ ପାଇଁ ଅଡିଶନ ଦେବିକି । ୪୧ ବର୍ଷିୟ ଅଭିନତ୍ରୀ କହିଛନ୍ତି, ଯେ ସେ କେବେ ଭୁଲିବେ ନାହିଁ ଯେ ଅନୁରାଗ ତାଙ୍କ ଉପରେ ଗୋଟିଏ ଚାନ୍ସ ନେଇଥିଲେ ।
ତେବେ ସନ୍ନି ଲିଓନ ଫିଲ୍ମସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି ।
ସନ୍ନିଙ୍କ ଅସଲ ନାମ ହେଉଛି କରନଜିତ ସିଂ କୌର । ସେ ୨୦୧୨ରେ ପୂଜା ଭଟ୍ଟଙ୍କ ଥ୍ରୀଲର ଫିଲ୍ମ ଜିସ୍ମ ୨ରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଏହାପରେ ଜ୍ୟାକପଟ, ରାଗିଣି ଏମଏମଏସ, ଏକ ପହେଲି ଲିଲା ଆଦିରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇଥିଲେ ।

Share