Categories: ଖେଳ

‘ସ୍ବପ୍ନ ସାକାର ହୁଏ’

ନୂଆଦିଲ୍ଲୀ,୧୩।୯: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ମଧ୍ୟ ଏହି ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। କାର୍ତ୍ତିକ କ୍ରମାଗତ ଭାବରେ ଏହି ଫର୍ମାଟରେ ଭଲ ପ୍ରଦର୍ଶନ କରିଛନ୍ତି।
ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ଦୀନେଶ କାର୍ତ୍ତିକ ଏବଂ ରିଷଭ ପନ୍ତଙ୍କ ରୂପରେ ୨ ଉଇକେଟ କିପରଙ୍କୁ ମନୋନୀତ କରାଯାଇଛି। ଏହାପୂର୍ବରୁ ଦୀନେଶ କାର୍ତ୍ତିକ ମଧ୍ୟ ଏସିଆ କପ ୨୦୨୨ରେ ଭାରତୀୟ ଦଳର ଅଂଶ ହୋଇଥିଲେ। କିନ୍ତୁ ତାଙ୍କୁ ଅଧିକ ସୁଯୋଗ ମିଳି ନ ଥିଲା।
ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ମନୋନୀତ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି ଦୀନେଶ କାର୍ତ୍ତିକ। ଦୀନେଶ କାର୍ତ୍ତିକଙ୍କ ଟୁଇଟ୍‌ ଯୋଗେ ଲେଖିଛନ୍ତି, ‘ସ୍ବପ୍ନ ସାକାର ହୁଏ’। ଦୀନେଶ କାର୍ତ୍ତିକ କ୍ରମାଗତ ଭାବରେ ଆଇପିଏଲ ଏବଂ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଚଳିତ ବର୍ଷର ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଦୀନେଶ କାର୍ତ୍ତିକ ଚମତ୍କାର ବ୍ୟାଟିଂ କରିଥିଲେ।

Share