Categories: ବାଣିଜ୍ୟ

କ୍ୟୁସିଆଇ ର଼୍ୟାଙ୍କିଙ୍ଗ୍‌ରେ ଡ୍ରିମ୍‌ସ ପଲିଟେକ୍‌ନିକ

ଭୁବନେଶ୍ୱର,୯।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ସମୂହର ପ୍ରମୁଖ ଶିକ୍ଷାନୁଷ୍ଠାନ ‘ଡ୍ରିମ୍‌ସ ପଲିଟେକ୍‌ନିକ୍‌’କୁ ନିକଟରେ ଆଉ ଏକ ସଫଳତା ସହ ମାନ୍ୟତା ମଧ୍ୟ ମିଳିଛି। ବିଶେଷକରି ଅନୁଷ୍ଠାନର ଶିକ୍ଷାଦାନ, ଭିତ୍ତିଭୂମି, ଗବେଷଣା, ପରୀକ୍ଷା ନିୟନ୍ତ୍ରଣ, ଆର୍ଥିକ ପରିଚାଳନା, ଉତ୍ତୀର୍ଣ୍ଣ ହାର,ପ୍ଲେସ୍‌ମେଣ୍ଟ ଭଳି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ ସହ ଗୁଣବତ୍ତା ନିମନ୍ତେ ଡ୍ରିମ୍‌ସ ପଲିଟେକ୍‌ନିକ୍‌ କ୍ୟୁସିଆଇ ର଼୍ୟାଙ୍କିଙ୍କ୍‌ରେ ୨ୟ ସ୍ଥାନ ଅଧିକାର କରିଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାରଙ୍କ ରାଜ୍ୟ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ଏହି ମାନ୍ୟତା ଦିଆଯାଇଛି। ଏପରିକି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ପଲିଟେକ୍‌ନିକ୍‌କୁ ନେଇ ନିକଟରେ ହୋଇଥିବା ଉପରୋକ୍ତ ଆକଳନ ଆଧାରରେ ଡ୍ରିମ୍‌ସ ପଲିଟେକ୍‌ନିକକୁ ଉକ୍ତ ସଫଳତା ମିଳିଛି। ଏହି ପରିପ୍ରେକ୍ଷୀରେ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ ଛାତ୍ରୀଛାତ୍ର,ଅଧ୍ୟାପକ, ଅଧ୍ୟାପିକା, ଅଧ୍ୟକ୍ଷ, ନିର୍ଦ୍ଦେଶକ ଏବଂ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share