Categories: ବାଣିଜ୍ୟ

ଏୟୁ ସହ ସହଭାଗିତା କରିବ ଡ୍ରିମ୍‌ସ

ଭୁବନେଶ୍ୱର,୧୨ା୭(ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଧନେଶ୍ୱର ରଥ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିିୟରି ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟିଡିଜ୍‌ ବା ଡ୍ରିମ୍‌ସ ୟୁନିଭର୍ସିଟି ଏବଂ ଜର୍ମାନୀର ଆଚେନ୍‌ ୟୁନିଭର୍ସିଟି(ଏୟୁ) ସହ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ କରିବାକୁ ଯାଉଛି। ଏପରିକି ଉଚ୍ଚତ୍ତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ଏବଂ ଆନ୍ତର୍ଜାତିକ ସହଭାଗିତା ପାଇଁ ଉଭୟ ଏୟୁ ଓ ଡ୍ରିମ୍‌ସ ୟୁନିଭର୍ସିଟି ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ମଧ୍ୟ ସ୍ବାକ୍ଷରିତ ହେବାକୁ ଯାଉଛି। ଅପରପକ୍ଷରେ ଡ୍ରିମ୍‌ସ ୟୁନିଭର୍ସିଟି ପକ୍ଷରୁ ଏ ସଂକାନ୍ତୀୟ ଏକ ପ୍ରସ୍ତାବ ଏୟୁ କୁଳାଧିପତିଙ୍କୁ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଜର୍ମାନୀ ଗସ୍ତରେ ଥିବା ଡ୍ରିମ୍‌ସ ୟୁନିଭର୍ସିଟିର ନିର୍ଦ୍ଦେଶକ ତଥା ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ପ୍ରଫେସର ଡା. ଶକ୍ତିପ୍ରସାଦ ଦାସ ଆଚେନ୍‌ ବିଶ୍ୱବିଦ୍ୟାଳୟର କୁଳାଧିପତି ମାନ୍‌ଫେଡ୍‌ ନେଟ୍‌କୋଭେନ୍‌ଙ୍କୁ ସାକ୍ଷାତ କରିବା ଅବସରରେ ବିଶ୍ୱଦ୍ୟାଳୟର କୁଳପତି ପ୍ରଫେସର ଡ.ପ୍ରକାଶ କୁମାର ହୋତାଙ୍କ ସ୍ବାକ୍ଷରିତ ଉକ୍ତ ପ୍ରସ୍ତାବ ପତ୍ରକୁ ପ୍ରଦାନ କରିବା ସହ ବିଶ୍ୱବିଦ୍ୟାଳୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଅବଗତ କରାଇଥିଲେ। ସେହିଭଳି ଏହି ଏମ୍‌ଓୟୁ ସ୍ବାକ୍ଷରିତ ହେବା ଦ୍ୱାରା ଇଞ୍ଜନିୟରିଂ, ମ୍ୟାନେଜେମେଣ୍ଟ, ମେଡିକାଲ ସାଇନ୍ସ ସମେତ ଅନ୍ୟାନ୍ୟ ପାଠ୍ୟକ୍ରମ ଆଦିରେ ଅଧ୍ୟୟନ ସହ ମିଳିତ ଗବେଷଣା, ପ୍ରୋଜେକ୍ଟ ପ୍ରସ୍ତୁତି, ଶିକ୍ଷକ ବିନିମୟ, ଶିକ୍ଷାକ୍ଷେତ୍ରରେ ସର୍ବୋତ୍ତମ ବ୍ୟବସ୍ଥା ପ୍ରଭୃତି ସମ୍ପର୍କରେ ଛାତ୍ରୀଛାତ୍ର, ଅଧ୍ୟାପିକା ଅଧ୍ୟାପକ ଓ ଗବେଷକ ପରିଚିତ ହେବା ସହିତ ଉପଲବ୍ଧ ସୁବିଧାସୁଯୋଗ ହାସଲ କରିପାରିବେ। ଏ ନେଇ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ ଏଭଳି ପ୍ରୟାସକୁ ସ୍ବାଗତ କରିବା ସହ ଏହା ଫଳରେ ଆମର ବିଶ୍ୱସ୍ତରୀୟ ମାନର ଅଭିବୃଦ୍ଧି ଘଟିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

Share