Categories: ବାଣିଜ୍ୟ

ୟୁନିକମର୍ସ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର,୮।୧: ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀ ୟୁନିକମର୍ସ ଇ-ସଲ୍ୟୁସନ୍ସ ଲିମିଟେଡ୍‌ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍‌ ହିୟରିଂ ପ୍ରସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଏପରିକି କମ୍ପାନୀର ଅଫର ଫର୍‌ ସେଲ୍‌ରେ ଅଂଶଧନକାରୀମାନେ ୨,୯୮,୪୦,୪୮୬ ଇକ୍ୱିଟି ଶେୟାର ବିକ୍ରି କରିବେ। ବିଶେଷକରି ଏସ୍‌ଭେକ୍ଟର ଲିମିଟେଡ୍‌ର ୧,୧୪,୫୯,୮୪୦ ଇକ୍ୱିଟି ଶେୟାର, ବି୨ କ୍ୟାପିଟାଲ୍‌ ପାର୍ଟନର୍ସର ୨୨,୧୦,୪୦୬ ଇକ୍ୱିଟି ଶେୟାର ଏବଂ ଏସ୍‌ବି ଇନ୍‌ଭେଷ୍ଟମେଣ୍ଟ ହୋଲ୍‌ଡିଂସ୍‌ ଲିମିଟେଡର୍‌ ୧,୬୧,୭୦,୨୪୦ ଇକ୍ୱିଟି ଶେୟାର ବିକ୍ରି କରାଯିବ। ସେହିଭଳି ଭାରତରେ ୟୁନିକମର୍ସର ପ୍ରମୁଖ ନିବେଶକମାନଙ୍କ ମଧ୍ୟରେ ଲେନ୍‌ଓକାର୍ଟ, ଫ୍ୟାବଇଣ୍ଡିଆ, ଜିଭାମି, ଟିସିଏନ୍‌ଏସ୍‌, ମାମାଆର୍ଥ, ଇମାମି, ସୁଗାର, ବୋଟ୍‌, ପୋଟ୍ରୋନିକ୍ସ, ଫାର୍ମଇଜି, ଜିଏନ୍‌ସି, ସେଲୋ, ଅର୍ବାନ କମ୍ପାନି, ମେନ୍‌ସା, ଜିଓଏଟି, ସିପ୍‌ରକେଟ୍‌, ଏକ୍ସପ୍ରେସ୍‌ବିଜ୍‌ ପ୍ରମୁଖ ରହିଛନ୍ତି। ନିକଟରେ ଆଙ୍କରେଜ୍‌ କ୍ୟାପିଟାଲ୍‌ ଫଣ୍ଡ୍‌, ମାଧୁରୀ ମଧୁସୂଦନ କେଲା, ରିଜୱାନ କୋଟ୍‌ଲା ଓ ଜଗଦୀଶ ମୋରଜାନି, ଦିଲ୍ଲୀପ ଭେଲୋଡିଙ୍କ ଭଳି ବିଶିଷ୍ଟ ନିବେଶକ କମ୍ପାନୀର ଶେୟାର ହାସଲ କରିଥିଲେ।

Share