Categories: ବାଣିଜ୍ୟ

ମ୍ୟାନ୍‌କାଇଣ୍ଡ ଫାର୍ମା ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ନୂଆଦିଲ୍ଲୀ,୨୨।୯: ଦେଶର ପ୍ରମୁଖ ଔଷଧ କମ୍ପାନୀ ମ୍ୟାନ୍‌କାଇଣ୍ଡ ଫାର୍ମା ଲିମିଟେଡ୍‌ ପକ୍ଷରୁ ବୁଧବାର ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଏପରିକି କମ୍ପାନୀ ତା’ର ଇନିସିଆଲ୍‌ ପବ୍ଲିକ୍‌ ଅଫର (ଆଇପିଓ)ରେ ୧ଟଙ୍କିଆ ଫେସ୍‌ ଭାଲ୍ୟୁ ଥିବା ୪୦,୦୫୮,୮୮୪ ଇକ୍ୱିଟି ଶେୟାରକୁ ବିକ୍ରି ପାଇଁ ଉପଲବ୍ଧ କରାଇବ।

ଏଥିରେ ପ୍ରତିଷ୍ଠାତା ଓ ପୁରୁଣା ନିବେଶକମାନଙ୍କ ଶେୟାର ମଧ୍ୟ ସାମିଲ ରହିଛି। ସେହିଭଳି କମ୍ପାନୀ ବିଭିନ୍ନ ପ୍ରକାର ଔଷଧୀୟ ସାମଗ୍ରୀର ବିକାଶ, ଉପତ୍ାଦନ ଓ ମାର୍କେଟିଂ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ବିଭିନ୍ନ ଉପଭୋକ୍ତା ସ୍ବାସ୍ଥ୍ୟସେବା ଉପତ୍ାଦ ମଧ୍ୟ ବିକ୍ରି କରୁଛି। ଏହି ଅଫର୍‌ ଫର୍‌ ସେଲ୍‌ରେ ଉପଲବ୍ଧ ହେବାକୁ ଥିବା ଶେୟାରଗୁଡ଼ିକ ମଧ୍ୟରେ ରମେଶ ଜୁନେଜାଙ୍କ ୩,୭୦୫,୪୪୩ ଇକ୍ୱିଟି ଶେୟାର, ରାଜୀବ ଜୁନେଜାଙ୍କ ୩,୫୦୫,୧୪୯ ଇକ୍ୱିଟି ଶେୟାର, ଶୀତଲ ଅରୋରାଙ୍କ ୨,୮୦୪,୧୧୯ ଇକ୍ୱିଟି ଶେୟାର, କେର୍ଣ୍ଣହିଲ୍‌ ସିଆଇପିଇଏଫ୍‌ ଲିମିଟେଡ୍‌ର ୧୭,୪୦୫,୫୫୯ ଇକ୍ୱିଟି ଶେୟାର, କେର୍ଣ୍ଣହିଲ୍‌ ସିଜିପିଇ ଲିମିଟେଡ୍‌ର ୨,୬୨୩,୮୬୩ ଇକ୍ୱିଟି ଶେୟାର, ବିଜ୍‌ ଲିମିଟେଡ୍‌ର ୯,୯୬୪,୭୧୧ ଇକ୍ୱିଟି ଶେୟାର ଓ ଲିଙ୍କ୍‌ ଇନ୍‌ଭେଷ୍ଟମେଣ୍ଟ ଟ୍ରଷ୍ଟ୍‌ର ୫୦,୦୦୦ ଇକ୍ୱିଟି ଶେୟାର ଅନ୍ତର୍ଭୁକ୍ତ ରହିଛି।

ସେହିପରି କମ୍ପାନୀ ସ୍ଥାନୀୟ ବଜାର ଉପରେ ଗୁରୁତ୍ୱାରୋପ କରୁଥିବାରୁ ଚଳିତ ଆର୍ଥିକ ବର୍ଷରେ ଏହାର ମୋଟ ରାଜସ୍ବର ୯୭.୬୦% ଭାରତର ଭାଗ ରହିଛି। ଏହି ଇସ୍ୟୁର ବୁକ୍‌ ରନିଂ ଲିଡ୍‌ ମ୍ୟାନେଜରମାନେ ହେଉଛନ୍ତି କୋଟାକ୍‌ ମହିନ୍ଦ୍ରା କ୍ୟାପିଟାଲ କମ୍ପାନୀ ଲିମିଟେଡ୍‌, ଆକ୍ସିସ୍‌ କ୍ୟାପିଟାଲ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍‌ ସିକ୍ୟୁରିଟିଜ୍‌ ଲିମିଟେଡ୍‌, ଜେଫେରିଜ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଜେପି ମୋର୍ଗାନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଇତ୍ୟାଦି।

Share