Categories: ବାଣିଜ୍ୟ

ଡବ୍ଲ୍ୟୁଇଏଲ୍‌ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର ,୩୦।୧୨: ସୋଲାର ପିଭି ମଡ୍ୟୁଲ୍‌ର ସର୍ବବୃହତ୍‌ ନିର୍ମାତା ୱାରେ ଏନର୍ଜିସ୍‌ ଲିମିଟେଡ୍‌ (ଡବ୍ଲ୍ୟୁଇଏଲ୍‌) ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରୋସପେକ୍ଟସ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଏପରିକି କମ୍ପାନୀ ଇନିସିଆଲ୍‌ ପବ୍ଲିକ୍‌ ଅଫର (ଆଇପିଓ) ଜରିଆରେ ୩,୦୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ଶେୟାର ଜାରି କରିବାକୁ ଥିବା ବେଳେ ଅଫର ଫର ସେଲ୍‌ରେ ୩,୨୦୦,୦୦୦ ଇକ୍ୱିଟି ଶେୟାର ବିକ୍ରି କରାଯିବ। ଏହି ଅଫର ଫର ସେଲ୍‌ରେ ୱାରେ ସଷ୍ଟେନେବଲ୍‌ ଫାଇନାନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ (ପୂର୍ବରୁ ମହାବୀର ଥର୍ମୋଇକ୍ୱିପ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଜଣାଶୁଣା) ଦ୍ୱାରା ୨,୭୦୦,୦୦୦ ଇକ୍ୱିଟି ଶେୟାର, ଚାନ୍ଦୁରକର ଇନ୍‌ଭେଷ୍ଟମେଣ୍ଟ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ୪,୫୦,୦୦୦ ଇକ୍ୱିଟି ଶେୟାର ଏବଂ ସମୀର ସୁରେନ୍ଦ୍ର ଶାହାଙ୍କ ଦ୍ୱାରା ୫୦,୦୦୦ ଇକ୍ୱିଟି ଶେୟାର ରହିଛି। ଓଡ଼ିଶାରେ ୬ଗିଗାୱାଟ୍‌ ଇନ୍‌ଗଟ୍‌ ୱେଫର, ସୋଲାର ସେଲ୍‌ ଏବଂ ସୋଲାର ପିଭି ମଡ୍ୟୁଲ୍‌ ଉତ୍ପାଦନ କାରଖାନା ପ୍ରତିଷ୍ଠା ପାଇଁ ଓ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍‌ କାର୍ଯ୍ୟରେ ବ୍ୟବହାର କରିବାକୁ କମ୍ପାନୀ ପ୍ରସ୍ତାବ ରଖିଛି।
ଏହି ଇସ୍ୟୁର ବୁକ୍‌ ରନିଂ ଲିଡ୍‌ ମ୍ୟାନେଜର ହେଉଛନ୍ତି, ଆକ୍ସିସ କ୍ୟାପିଟାଲ ଲିମିଟେଡ୍‌, ଆଇଆଇଏଫଏଲ ସିକ୍ୟୁରିଟିଜ୍‌ ଲିମିଟେଡ୍‌, ଜେଫରିଜ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌, ନୋମୁରା ଫାଇନାନ୍ସିଆଲ୍‌ ଆଡଭାଇଜରି ଆଣ୍ଡ ସିକ୍ୟୁରିଟିଜ୍‌ (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌, ଏସ୍‌ବିଆଇ କ୍ୟାପିଟାଲ୍‌ ମାର୍କେଟ୍ସ୍‌ ଲିମିଟେଡ୍‌, ଇନଟେନ୍ସିଭ୍‌ ଫାଇନାନ୍ସିଆଲ୍‌ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଆଇଟିଆଇ କ୍ୟାପିଟାଲ ଲିମିଟେଡ୍‌।

Share