Categories: ବାଣିଜ୍ୟ

ୱେଷ୍ଟର୍ନ କ୍ୟାରିୟର୍ସ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ନୂଆଦିଲ୍ଲୀ,୧୨।୬: ୱେଷ୍ଟର୍ନ କ୍ୟାରିୟର୍ସ (ଇଣ୍ଡିଆ) ଲିମିଟେଡ୍‌ ପକ୍ଷରୁ ଡ୍ରାପ୍ଟ ରେଡ୍‌ ହେରିଂ ପ୍ରସପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଜରିଆରେ ପାଣ୍ଠି ହାସଲ କରିବା ଲାଗି ପୁଞ୍ଜି ବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡିଆର୍‌ଏଚ୍‌ପି ଦାଖଲ କରିଥିବା ଜଣାପଡିଛି। ୨୦୨୨ ଡିସେମ୍ବର ୩୧ ସୁଦ୍ଧା ୱେଷ୍ଟର୍ନ କ୍ୟାରିୟର ପାଖରେ ଖଣି ଓ ଧାତବ, ଏଫ୍‌ଏମ୍‌ସିଜି, ଫାର୍ମା, କୋଠା ଉପକରଣ, ରସାୟନ, ତୈଳ ଓ ଗ୍ୟାସ୍‌, ୟୁଟିଲିଟି, ବୟନ, ବିଦ୍ୟୁତ, ବିଦ୍ୟୁତ୍‌ ଉପକରଣ ଓ ରିଟେଲ୍‌ ଆଦି କ୍ଷେତ୍ରର ୧୧୦୦ରୁ ଅଧିକ କ୍ଲାଏଣ୍ଟ୍‌ ରହିଛନ୍ତି। ସାରା ଭାରତର ୨୩ଟି ରାଜ୍ୟରେ କମ୍ପାନୀର ୫୦ରୁ ଅଧିକ କାର୍ଯ୍ୟାଳୟ, ଚାରି ଜୋନାଲ୍‌ କାର୍ଯ୍ୟାଳୟ, ୧୦ଟି ରାଜ୍ୟରେ ଗୋଦାମ ଘର, ୫୫ ପବ୍ଲିକ୍‌ ରେକ୍‌ ପରିଚାଳନା ପଏଣ୍ଟ୍‌ ରହିଛି।

Share