୩୫୧ ବିରଳ କଇଁଛ ଉଦ୍ଧାର କଲା ଡିଆର୍‌ଆଇ

ଭୁବନେଶ୍ୱର,୪।୩(ସତ୍ୟଜିତ୍‌ ରାଉତ):ଓଡ଼ିଶା ଦେଇ କଇଁଛ ଚୋରା ଚାଲାଣ ଚାଲିଛି। ଖବର ପାଇବା ପରେ ଅର୍ଥ ମନ୍ତ୍ରଣାଳୟ ଅଧୀନ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ)ର ଏକ ଟିମ୍‌ କଟକ ମଙ୍ଗୁଳି ଟୋଲ୍‌ ପ୍ଲାଜା ନିକଟରେ ଶନିବାର ଚଢ଼ାଉ କରି ଏକ ଟାଟା ଟିଆଗୋ କାର୍‌ରୁ ୩୫୧ଟି ବିରଳ ପ୍ରଜାତିର କଇଁଛ ଉଦ୍ଧାର କରିଛି। ଉକ୍ତ କାର୍‌କୁ ଜବତ କରାଯିବା ସହ ୩ଜଣ ଅଭିଯୁକ୍ତଙ୍କୁ ଡିଆର୍‌ଆଇ ପକ୍ଷରୁ ଗିରଫ କରାଯାଇଛି। ଇଣ୍ଡିଆନ୍‌ ଟେଣ୍ଟ୍‌ ଟର୍ଟଲ୍‌ (ପଙ୍ଗ୍‌ସୁରା ଟେଣ୍ଟୋରିଆ) ପ୍ରଜାତିର ଏହି କଇଁଛକୁ ପଶ୍ଚିମବଙ୍ଗରୁ କର୍ନାଟକ ଚୋରାଚାଲାଣ କରାଯାଉଥିଲା। ଏହା ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ ହୋଇଥିବାରୁ ୱାଇଲ୍ଡ ଲାଇଫ୍‌ (ପ୍ରୋଟେକ୍ସନ୍‌) ଆକ୍ଟ ୧୯୭୨ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରବିବାର ଡିଆର୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଉଦ୍ଧାର କଇଁଛଗୁଡିକୁ ଡିଆର୍‌ଆଇ ଟିମ୍‌ ପକ୍ଷରୁ ଓଡ଼ିଶା ବନବିଭାଗକୁ ହସ୍ତାନ୍ତର କରାଯାଇଛି।
ପଶ୍ଚିମବଙ୍ଗରୁ କଇଁଛଗୁଡିକୁ ସଂଗ୍ରହ କରାଯାଇ ଏକ କାର୍‌ରେ ୧୬ ନଂ. ଜାତୀୟ ରାଜପଥ ଦେଇ ଚାଲାଣ ହେଉଥିବା ନେଇ ଡିଆର୍‌ଆଇ ଟିମ୍‌ ଖବର ପାଇଥିଲା। ପୂର୍ବପ୍ରସ୍ତୁତି ଅନୁଯାୟୀ ମଙ୍ଗୁଳି ଟୋଲ୍‌ ପ୍ଲାଜା ନିକଟରେ ଡିଆର୍‌ଆଇ ଅଧିକାରୀମାନେ ଉକ୍ତ କାର୍‌କୁ ଅଟକାଇ ଯାଞ୍ଚ କରି କଇଁଛଗୁଡିକୁ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି...

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri