ଖାଲି ପେଟରେ ପିଅନ୍ତୁ ଗୋମୂତ୍ର, କରୋନା ସଂକ୍ରମଣରୁ ରହିବେ ଦୂରେଇ: ଭାଜପା ବିଧାୟକ

ଲକ୍ଷ୍ନୌ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବେକାବୁ ହୋଇଛି। ଏପରିସ୍ଥଳେ ଭାଜପାର ଜଣେ ବିଧାୟକ ଖାଲି ପେଟରେ ଗୋମୂତ୍ର ପିଇଲେ ଆଉ କରୋନା ସଂକ୍ରମଣ ହେବ ନାହିଁ ବୋଲି କହିଛନ୍ତି। ଉତ୍ତରପ୍ରଦେଶ ବାଲିଆ ଜିଲାର ବୈରିଆ ବିଧାନସଭା ଆସନର ବିଧାୟକ ସୁରେନ୍ଦ୍ର ସିଂ ଏଭଳି କହିଛନ୍ତି। ଗୋମୂତ୍ର ଦ୍ୱାରା ପ୍ରାକୃତିକ ପ୍ରଣାଳୀରେ ମନୁଷ୍ୟ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ବୋଲି ସେ ଦାବି କରିଛନ୍ତି। ପ୍ରତିଦିନ ଖାଲିପେଟରେ ଥଣ୍ଡା ପାଣିରେ ୫୦ ମିଲି ଲିଟର ଗୋମୂତ୍ର ପିଇଲେ କରୋନା ମହାମାରୀ ଭୂତାଣୁ ବିରୋଧରେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ନିଶ୍ଚିତ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଏବେ ବିଧାୟକ ଗୋମୂତ୍ର ପାନ କରୁଥିବାର ୩ ମିନିଟ୍‌ ୫୮ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କରୋନା ଭୂତାଣୁ ନେଇ ସମସ୍ତ ବୈଜ୍ଞାନିକ ଗବେଷଣା ବିଫଳ ହୋଇଥିବାବେଳେ ମଣିଷ ଭଗବାନଙ୍କ ଉପରେ ଭରସା ଏବଂ ବିଶ୍ୱାସ କରିବା ଆରମ୍ଭ କରିଛି। ଭାରତୀୟ ସଂସ୍କୃତିରେ ପୁରାତନ କାଳରେ ଗୋମୂତ୍ର ପାନ ଦ୍ୱାରା ରୋଗ ଚିକିତ୍ସା କରାଯାଉଥିବା ସୁରେନ୍ଦ୍ର ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ନୌରେ ଚାଞ୍ଚଲ୍ୟ: ମା’ଙ୍କ ସହ ନିଜ ୪ ଭଉଣୀଙ୍କୁ ବ୍ଲେଡ୍‌ରେ କାଟି ହତ୍ୟା କଲେ ଭାଇ

ଲକ୍ଷ୍ନୌ,୧।୧: ରାଜଧାନୀ ଲକ୍ଷ୍ନୌର ନାକାସ୍ଥିତ ହୋଟେଲ ଶରଣଜିତରେ ଗୋଟିଏ ପରିବାରର ପାଞ୍ଚଜଣ ମହିଳାଙ୍କ ହତ୍ୟା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଆଗ୍ରାରେ ରହୁଥିବା ପରିବାର...

୨୦୨୫ରେ ବିନାଶ ହୋଇଯିବ ମଣିଷ! ନୂଆ ବର୍ଷ ଆରମ୍ଭରୁ ଚମକାଇଲା ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ, ଘଟିବ ଏମିତି…

ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୫ରେ ମନୁଷ୍ୟର ବିଲୁପ୍ତ ହେବାର ପୂର୍ବାନୁମାନ କରିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଅତୀତରେ ତାଙ୍କ ଦ୍ୱାରା କରାଯାଇଥିବା...

ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ୨୦୨୫ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଏହି ବର୍ଷ ସମସ୍ତଙ୍କ ପାଇଁ...

ନୂଆବର୍ଷ ଆରମ୍ଭରୁ ଆଶ୍ବସ୍ତିକର ଖବର: କମିଲା ଏଲପିଜି ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ,୧।୧: ନୂଆ ବର୍ଷ ଆରମ୍ଭରୁ ସରକାର ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ହାର ହ୍ରାସ...

ୟେମେନ୍‌ରେ କେରଳ ନର୍ସଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୧ା୧: ହତ୍ୟା ଅଭିଯୋଗରେ ୟେମେନ୍‌ରେ ମୃତ୍ୟୁ ଦଣ୍ଡାଦେଶର ସମ୍ମୁଖୀନ ହୋଇଥିବା ଜଣେ ଭାରତୀୟ ନର୍ସଙ୍କୁ ଏହି ଦଣ୍ଡରୁ ମୁକୁଳାଇବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ...

୮୦୦ କୋଟି ଟପିଲା ଜନସଂଖ୍ୟା, ଭାରତରେ ସର୍ବାଧିକ ୧୪୧ କୋଟି

ଓ୍ବାଶିଂଟନ, ୩୧।୧୨: ୨୦୨୫ ଜାନୁଆରୀ ୧ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮୦୯ କୋଟିରେ ପହଞ୍ଚିଛି। ଆମେରିକାର ଜନଗଣନା ବ୍ୟୁରୋ(ୟୁଏସ୍‌ସିବି) ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ଏକ ରିପୋର୍ଟରେ...

ସପ୍ତାହକୁ ୭୦ ଘଣ୍ଟା କାମ କରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୩୧ା୧୨: କାର୍ଯ୍ୟ-ଜୀବନ ସନ୍ତୁଳନ(ୱାର୍କ ଲାଇଫ ବାଲାନ୍ସ) ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗୌତମ ଆଦାନୀ। ସେ କହିଛନ୍ତି ଯେ, ”ଯେତେବେଳେ ଆମେ କିଛି କରିବାକୁ ପସନ୍ଦ କରନ୍ତି...

ଧୀରେନ୍ଦ୍ର ଶାସ୍ତ୍ରୀ କହିଲେ ବଢିଆ ଉପାୟ: ୧ ଜାନୁଆରୀରୁ ଏପରି କଲେ ମା’ ଲକ୍ଷ୍ମୀ କରିବେ ଧନବାନ

ନୂଆଦିଲ୍ଲୀ,୩୧।୧୨: ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏହି ନୂଆବର୍ଷ ନୂଆ ଆଶା ଏବଂ ନୂଆ ସ୍ୱପ୍ନରେ ଉତ୍ସାହ ଭରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ପ୍ରବଚକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri