Categories: ଫୁରସତ

ପିଅ ରମ୍‌, ଖାଅ ଅଧାସିଝା ଅଣ୍ଡା, ହେବ ନାହିଁ କରୋନା: କଂଗ୍ରେସ କାଉନସିଲର ବତାଇଲେ ଏହି ଫର୍ମୁଲା

ମାଙ୍ଗାଲୋର ,୧୭।୭-ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଲୋକେ ବି ସଚେତନ ହୋଇ ଘରେ ରହୁଛନ୍ତି। ତେବେ ଏହି ସମୟରେ କର୍ଣ୍ଣାଟକର ମାଙ୍ଗାଲୋର ଉଲାଲ ନଗରପାଳିକା ପରିଷଦର କଂଗ୍ରେସ କାଉନସିଲର ରବିଚନ୍ଦ୍ର ଗାଟିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିପରି ରମ୍‌, ହଳଦୀ ଏବଂ ଅଧାସିଝା ଅଣ୍ଡା ବ୍ୟବହାର ଦ୍ୱାରା କରୋନାରୁ ଆରୋଗ୍ୟ ପାଇ ହେବ ସେ ନେଇ ଅବଗତ କରାଇଛନ୍ତି। କେବଳ ଗୋଟିଏ ଚାମଚରେ ଗୋଲ ମରିଚ ଗୁଣ୍ଡକୁ ୯୦ ମିଲି ରମ୍‌ ସହ ଭଲ ଭାବେ ଗୋଳାଇ ପିଅନ୍ତୁ। ତା ସହିତ ୨ ଟି ଅଧାସିଝା ଅଣ୍ଡା ଖାଆନ୍ତୁ। ଫଳରେ କରୋନାକୁ ସମ୍ପୂର୍ଣ୍ଣ ଦୂର କରି ହେବ ବୋଲି ସେ ଭିଡିଓରେ କହିଛନ୍ତି। ଏହି ଭିଡିଓଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ତେବେ ତାଙ୍କର ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବେଳେ ଅନେକ ସମାଲୋଚନା କରିଛନ୍ତି।

Share