ଶ୍ରୀମନ୍ଦିର ପରିସରରେ ପାନ, ଗୁଟ୍‌ଖା ଛେପ

ପୁରୀ ଅଫିସ, ୧।୨: ଶ୍ରୀମନ୍ଦିର ପରିସରକୁ ଯେତେ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ। ଏଥିଲାଗି ପ୍ରଶାସନ ପକ୍ଷରୁ କଟକଣା ଜାରି ସତ୍ତ୍ୱେ ତାହାକୁ କେହି ମାନୁନାହାନ୍ତି। ଶ୍ରୀମନ୍ଦିର ପରିସର ଅନେକ ସ୍ଥାନରେ ପାନ ଓ ଗୁଟ୍‌ଖା ଛେପ ପଡ଼ି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହା ଦେଶ ବିଦେଶରୁ ଆସୁଥିବା ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଉ ନ ଥିବାରୁ ଲୋକେ ଏଣେତେଣେ ପାନ ଓ ଗୁଟ୍‌ଖା ଛେପ ପକାଉଥିବା ଦେଖିବାକୁ ମିଳୁଛି।
ସୂଚନା ଅନୁଯାୟୀ, ଦୁଇବର୍ଷ ତଳେ ଶ୍ରୀମନ୍ଦିର ପରିସରସ୍ଥ ବିଭିନ୍ନ ସ୍ଥାନରେ ପାନ ଓ ଗୁଟ୍‌ଖା ଛେପ ପଡ଼ିବାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହି ଘଟଣା ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟିକୁ ଅଣାଯାଇଥିଲା। ଏହାପରେ ୨୦୨୦ ମସିହାରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏକ ନିୟମ ପ୍ରଣୟନ କରାଯାଇଥିଲା। ଶ୍ରୀମନ୍ଦିର ପରିସରରେ ପାନଛେପ କିମ୍ବା ଗୁଟ୍‌ଖା ଛେପ ପକାଇଲେ ଜରିମାନା ଗଣିବାକୁ ପଡ଼ିବ ବୋଲି ନିୟମ ହୋଇଥିଲା। ତେବେ କିଛିଦିନ ପରେ ଏହାକୁ ପ୍ରଶାସନ ଭୁଲିଗଲା। ତାହା କଡ଼ାକଡ଼ି କାର୍ଯ୍ୟକାରୀ ନ ହେବାରୁ ଶ୍ରୀମନ୍ଦିର ପରିସରରେ ପୁଣି ପାନ ଓ ଗୁଟ୍‌ଖା ଛେପର ଆସ୍ତରଣ ଦେଖିବାକୁ ମିଳିଲା। ଏବେ ସେହି କଟକଣା ଧୂଆଁବାଣ ପାଲଟିଛି। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥାର ପୀଠ ହେଉଛି ଶ୍ରୀମନ୍ଦିର। ଏହାର ପରିସରକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନର। ତେଣୁ ଶ୍ରୀମନ୍ଦିର ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ ସହ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାକୁ ମତ ପ୍ରକାଶ ପାଇଛି। ଏ ନେଇ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି, ୨୦୨୦ ଛତିଶା ନିଯୋଗ ବୈଠକରେ ହୋଇଥିବା ଉକ୍ତ ନିଷ୍ପତ୍ତିକୁ ସେବାୟତମାନେ ସ୍ବାଗତ କରିଥିଲେ। ମାତ୍ର ପ୍ରଶାସନର କୋହଳ ମନୋଭାବ ଯୋଗୁ ବର୍ତ୍ତମାନ ଶ୍ରୀମନ୍ଦିର ପରିସରର ଅନେକ ସ୍ଥାନରେ ପାନଛେପ ପଡୁଛି। ଶ୍ରୀମନ୍ଦିର ଏକ ପବିତ୍ର ତଥା ଆଧ୍ୟାତ୍ମିକ ସ୍ଥାନ। ତେଣୁ ଯାହା ନିଷ୍ପତ୍ତି ହେଉଛି ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବା ଆବଶ୍ୟକ। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ସେବାୟତ ମାଧବ ପୂଜାପଣ୍ଡା କହିଛନ୍ତି, ପୂର୍ବରୁ ନିଷ୍ପତ୍ତି ଅନୁଯାୟୀ କିଛିଦିନ କଟକଣା ଲାଗୁ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ତାହା ଠିକ୍‌ ଭାବରେ କାର୍ଯ୍ୟକାରୀ ହେଲାନାହିଁ। ଏବେ ତାହା ସ୍ଥାଣୁ ପାଲଟିଛି। ସେହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଆବଶ୍ୟକ। ଅନ୍ୟପକ୍ଷରେ ଏ ନେଇ ଜିଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା କହିଛନ୍ତି, ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହରୁ ଏହି କଟକଣା କଡ଼ାକଡ଼ି ଭାବେ ଲାଗୁ ହେବ। ସେବାୟତ ହୁଅନ୍ତୁ କି ଶ୍ରଦ୍ଧାଳୁ କେହି ପାନ ଖାଇ ଶ୍ରୀମନ୍ଦିର ପରିସରକୁ ଯିବେ ନାହିଁ। କେହି ଯେପରି ପାନ ଓ ଗୁଟ୍‌ଖା ଛେପ ନ ପକାଇବେ ସେଥିପ୍ରତି ନଜର ରଖାଯିବ। ଏ ସଂକ୍ରାନ୍ତରେ ସମସ୍ତଙ୍କୁ ସଚେତନ କରାଇବା ପାଇଁ ଯୁବ ସେବାୟତମାନଙ୍କୁ ଦାୟିତ୍ୱ ଦିଆଯିବ।

ଅଜିତ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ: ପୁରୀ ଏସ୍‌ପି କଲେ ବଡ଼ ଖୁଲାସା

ପୁରୀ,୨୨।୪: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ଏକ ନାବାଳକଙ୍କୁ ବର୍ବରୋଚିତ ଭାବେ ହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।...

ସରିଲା ବିଶ୍ବଶାନ୍ତି ମହାଯଜ୍ଞ: ମହାଦେବଙ୍କ ପୀଠ ଲୋକାରଣ୍ୟ

ପୁରୁଷୋତ୍ତମପୁର, ୨୨।୪ (ସିମାଞ୍ଚଳ ମିଶ୍ର) ରାଜ୍ୟ ଓ ଦେଶକୁ କଳୁଷିତ ମୁକ୍ତ କରି କିପରି ଶାନ୍ତିପ୍ରତିଷ୍ଠା ହେବ। ଲୋକେ ସୁରକ୍ଷିତ ଭାବେ ବଞ୍ଚିରହିବେ। ସେଥିପାଇଁ ଗଞ୍ଜାମ...

୨୪ରୁ ଦିଆଯିବ ନୂଆ ରାଶନ କାର୍ଡ: ଏଯାବତ୍‌ E-KYC କରିନାହାନ୍ତି…

ଭୁବନେଶ୍ୱର,୪।୨୨ ଆସନ୍ତା ୨୪ ତାରିଖରେ ବଣ୍ଟାଯିବ ନୂଆ ରାଶନ କାର୍ଡ। ପ୍ରଥମ ପର୍ଯ୍ୟାୟ ରାଶନ କାର୍ଡ ପୁରୀରେ ବଣ୍ଟନ କରାଯିବ । ପୁରୀଠାରେ ପଞ୍ଚାୟତିରାଜ ଦିବସ...

ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ

ପଦ୍ମପୁର,୨୨।୪ (ପ୍ରଦୀପ୍ତ ଦାଶ): ସ୍ଥାନୀୟ ମାରୱାଡି ଧର୍ମଶାଳା ପଦ୍ମପୁର ଠାରେ ମାରୱାଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି...

ମୋଦିଙ୍କ ଆପ୍ରୁଭାଲ୍‌ ରେଟିଂ ଦେଖି ଇର୍ଷା କରୁଛନ୍ତି ଆମେରିକାର ଉପରାଷ୍ଟ୍ରପତି: କହୁ କହୁ କହିଦେଲେ…

ଜୟପୁର,୨୨।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ରାଜସ୍ଥାନର ଜୟପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ...

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ବେଆଇନ ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

୨୬ ଯାଏଁ କଲବଲ: ଏହି ୫ ଜିଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୨।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ଦୁଇଦିନ ହେଲା ତାପମାତ୍ରା ଉପର ମୁହାଁ ରହିଥିବା ବେଳେ ଝାରସୁଗୁଡା ରାଜ୍ୟର ଉତପ୍ତ ସହର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image