ଖରାଦିନେ ଗରମ ହେବା ସହିତ ସ୍ବାସ୍ଥ୍ୟଜନିତ ଅନେକ ସମସ୍ୟା ଦେଖାଯାଇଥାଏ। ତେବେ ଏହା ଉପରେ ପ୍ରଥମରୁ ଧ୍ୟାନଦେବା ଉଚିତ। ଖରାଦିନେ ଆମକୁ ଥଣ୍ଡା ପାନୀୟ ଅଧିକ ପସନ୍ଦ ହୋଇଥାଏ। ଫଳରେ ଆମେ ବଜାରରେ ମିଳୁଥିବା କେମିକାଲ ଜାତୀୟ ପାନୀୟ ପିଇଥାଉ, ଯାହାକି ଅନେକାଂଶରେ ସ୍ବାସ୍ଥ୍ୟର କ୍ଷତି ଘଟାଇଥାଏ। ତେବେ ଏହି ଗରମରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା କିଛି ଜୁସ୍ ସମ୍ପର୍କରେ, ଯାହାକୁ ଆପଣ ଘରେ ପ୍ରସ୍ତୁତ କରିପାରିବେ।
କଞ୍ଚା ଆମ୍ବ ଜୁସ୍- କଞ୍ଚା ଆମ୍ବରେ ପ୍ରସ୍ତୁତ ଏହି ଜୁସ୍ ଖରାଦିନେ ପେଟ ଥଣ୍ଡା ରଖିଥାଏ। ପାଣିରେ କିଛି କଞ୍ଚା କଟାଆମ୍ବ, ପୋଦିନା, ଅଳ୍ପ ଲୁଣ ସ୍ବାଦ ଅନୁସାରେ ଚିନି ପକାଇ ମିକ୍ସ କରି ଏହାକୁ ପ୍ରସ୍ତୁତ କରନ୍ତୁ।
ଲେମ୍ବୁ ଜୁସ୍ – ଲେମ୍ବୁ ପାଣିରେ କିଛି ପରିମାଣରେ ଅଙ୍ଗୁର ରସ ଓ ଚିନି ମିଶାଇ ଅଳ୍ପ ଲୁଣ ପକାଇ ପ୍ରସ୍ତୁତ କରନ୍ତୁ।
ଘୁରି ଜୁସ୍- ମହାରାଷ୍ଟ୍ରର କୋରାକୁ ଜନଜାତି ଘୁରି ଜୁସ୍ ପ୍ରସ୍ତୁତ କରିଥାନ୍ତି। ଯାହାକୁ ସେମାନେ ଖରାଦିନେ ପିଇଥାନ୍ତି। ଯାହା ଆମ୍ବ, ପୋଦିନା, ଲେମ୍ବୁ, ଧନିଆ ମିଶାଇ ପ୍ରସ୍ତୁତ କରାଯାଏ। ଏହାକୁ ଖରାବେଳେ ଖାଇସାରିବା ପରେ ପିଇପାରିବେ।