କୁର୍ତ୍ତି ହାଟରେ ପିଇଥିଲେ ଲସି: ରାତି ନପାହୁଣୁ ଶତାଧିକ ବ୍ୟକ୍ତି ମେଡିକାଲରେ ଭର୍ତ୍ତି

ମାଲକାନଗିରି,୧।୫(ଡି.ଏନ୍‌.ଏ.): ଲସି ପିଇ ଶତାଧିକ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା କାଲଦା ପଞ୍ଚାୟତର ବିଭିନ୍ନ ଗାଁରେ। ଉକ୍ତ ଅଞ୍ଚଳର ୬୦ ଜଣଙ୍କୁ ପଡ଼ିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କ ମଧ୍ୟରୁ କେତେକ ଘରେ ରହି ଚିକିତ୍ସିତ ହେଉଥିବା ବେଳ ଆଉ କେତେକ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖବରିପାଇ ମେଡିକାଲ ଟିମ୍‌ ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛି । ଅଗ୍ନିଶମ ବାହିନୀ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ନେଉଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ଗୁରୁତରମାନେ କୁର୍ତ୍ତି ହାଟରେ ଲସି ପିଇଥିଲେ। ପରେ ରାତିରେ ଅସୁସ୍ଥ ହୋଇପଡିଲେ। ପରେ ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି।

Share