ପାଣି ପାଇଁ ପ୍ରତିବାଦ

ଖୁଣ୍ଟା,୨୨।୪: (ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବାହାନଡ଼ା ପଞ୍ଚାୟତ ଅନ୍ତର୍ଗତ ଗୟଳମରା ଗ୍ରାମର ଦାମୁସାହି ବାସିନ୍ଦା ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇ ଶୁକ୍ରବାର ରାସ୍ତାରୋକୋ କରିଥିଲେ। ଖୁଣ୍ଟା-ଉଦଳା ରାଜ୍ୟ ରାଜପଥର ଲାଲଖମଣ ଛକଠାରେ ଗରା ଓ ବାଲ୍‌ଟି ରଖି ୩ ଘଣ୍ଟା ଧରି ପ୍ରତିବାଦ କରିଥିଲେ। ଫଳରେ ଯାନବାହାନଗୁଡ଼ିକ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଅଟକି ରହିଥିବା ଦେଖିବାକୁ ମିଳିଥିଲା।
ଅନୁଯାୟୀ,ଦାମୁସାହିରେ ମୋଟ ୩୭ ପରିବାର ରହି ଆସୁଥିବା ବେଳେ ଦୀର୍ଘ ଦିନ ହେଲା ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ତେବ ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସମୟରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ବ୍ଳକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ଯାହାକୁ ନେଇ ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ମହିଳା,ପୁରୁଷ ଗରା ଓ ବାଲ୍‌ଟି ଧରି ରାଜରାସ୍ତାରେ ବସି ପ୍ରତିବାଦ କରିଥିଲେ। ଖବରପାଇ ବିଡିଓ ମାନସ ରଞ୍ଜନ ସାମଲଙ୍କ ସମେତ ଖୁଣ୍ଟା ପୋଲିସ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପରବର୍ତ୍ତୀ ସମୟରେ ଲୋକଙ୍କ ସହିତ ବିଡିିଓ ସାମଲ ଉକ୍ତ ଗ୍ରାମକୁ ପରିଦର୍ଶନରେ ଯାଇଥିଲେ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ସାବିତ୍ରୀ ଟୁଡୁଙ୍କୁ ପଚାରିବାରୁ ଆନ୍ଦୋଳନକାରୀଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ଏହି ସାହିରେ ୩୭ ପରିବାର ଥିବା ବେଳେ ୫ଟି ନଳକୂପ ରହିଛି। ସେଥି ମଧ୍ୟରୁ ଗୋଟିକରେ ସୋଲାରସିଷ୍ଟମ ମଧ୍ୟ ରହିଛି। ଏହା ବ୍ୟତୀତ ୩ଟି ନନ୍ଦ କୂଅ ଅଛି। ତେବେ ବିଭିନ୍ନ କାରଣରୁ କେତୋଟିି ନଳକୂଅ ସାମୟିକ ଭାବେ ଅଚଳ ହୋଇଥିବା କାରଣରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ସରପଞ୍ଚ ପ୍ରକାଶ କରିଛନ୍ତି। ତେବେ ନଳକୂଅଗୁଡ଼ିକୁ ଯଥାଶିଘ୍ର ମରାମତି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବ୍ଲକ ପ୍ରଶାସନ ସୂଚନା ଦେଇଛି।