ଗ୍ରୀଷ୍ମ ନ ଆସୁଣୁ ପାନୀୟ ଜଳ ସଂକଟ, କଷ୍ଟ ଏଡ଼ାଇବାକୁ…

ବରଗଡ଼,୧୭।୨(ପ୍ରେମାନନ୍ଦ ଖମାରୀ): ଗ୍ରୀଷ୍ମ ଆସି ନାହିଁ। ଏବେ ବସନ୍ତ ଋତୁ ଚାଲିଛି। ହେଲେ ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଏବେଠାରୁ ଜଳକଷ୍ଟ ଆରମ୍ଭ ହୋଇଛି। ବରଗଡ଼ ଜିଲା ସଦର ମହକୁମାଠାରୁ ଅନତିଦୂର ଗୋବିନ୍ଦପୁର ପଞ୍ଚାୟତ ବଗେଇବିରା ଗ୍ରାମରେ ଅନୁରୂପ ସ୍ଥିତି ଉପୁଜିଛି। ଏଠାରେ ନଳକୂପ ଅଛି। ପାନୀୟଜଳ ଯୋଗାଣ ପାଇଁ ଓଭର ହେଡ୍‌ ଟ୍ୟାଙ୍କ ମଧ୍ୟ ରହିଛି। କିନ୍ତୁ ଗ୍ରାମକୁ ପର୍ଯ୍ୟାପ୍ତ ପାନୀୟଜଳ ଯୋଗାଣ ହେଉ ପାରୁ ନାହିଁ। ଯେଉଁ ପାଣି ଆସୁଛି, ତାହା ପାନୀୟ ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀ କହୁଛନ୍ତି। ଏହି ଦୃଷ୍ଟିରୁ ଉକ୍ତ ଗ୍ରାମରେ ଏବେଠାରୁ ଜଳକଷ୍ଟ ଆରମ୍ଭ ହୋଇ ଯାଇଛି। ଅନ୍ୟପଟେ ପାନୀୟ ଜଳକଷ୍ଟ ଏଡ଼ାଇବାକୁ ଗ୍ରାମବାସୀ ନିକଟସ୍ଥ କୃଷିକ୍ଷେତ୍ରରେ ଖୋଲାଯାଇଥିବା ଗଭୀର ନଳକୂପ ଉପରେ ନିର୍ଭରଶୀଳ ରହୁଛନ୍ତି।
ବଗେଇବିରା ଗ୍ରାମ ୨ୱାର୍ଡ ବିଶିଷ୍ଟ। ଏଠାକାର ଲୋକସଂଖ୍ୟା ୩ହଜାରରୁ ଅଧିକ ହେବ। ଗ୍ରାମରେ ବିଭିନ୍ନ ପଡ଼ା ଅର୍ଥାତ୍‌ ସହରାପଡ଼ା, ହରିଜନପଡ଼ା, ପୂଜାରୀ ପଡ଼ା ସମେତ ବିଭିନ୍ନ ସାହିକୁ ନେଇ ଏଠାରେ ଜନବସତି ରହିଛି। ଏଠାରେ ଅଙ୍ଗନୱାଡି କେନ୍ଦ୍ରଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟ ଯାଏ ଶିକ୍ଷାନୁଷ୍ଠାନ ରହିଛି। ହେଲେ ଉକ୍ତ ଗ୍ରାମରେ ପାନୀୟଜଳ ସମସ୍ୟା ସାଧାରଣରେ ପରିଣତ ହୋଇଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ଅସନ୍ତୋଷ ଲାଗି ରହିଛି।
ଗ୍ରାମରେ କୂଅ, ନଳକୂଅ ରହିଛି। କିନ୍ତୁ ଜଳସ୍ତର ହ୍ରାସ ଯୋଗୁ ଗ୍ରୀଷ୍ମ ନ ଆସୁଣୁ ଗ୍ରାମର କୂଅ, ନଳକୂଅରେ ଜଳସ୍ତର ହ୍ରାସ ହୋଇଥାଏ। ଏପରିକି ନଳକୂଅରୁ ପାଣି ଆଦୌ ବାହାରି ନ ଥାଏ। ବର୍ତ୍ତମାନ ସେଭଳି ସ୍ଥିତି ଉପୁଜିଛି। ତେବେ ଏହି ସମସ୍ୟାକୁ ଏଡ଼ାଇବା ପାଇଁ ସ୍ଥାନୀୟ ଜୀରାନଦୀରୁ ଭୂତଳ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ଜୀରାନଦୀରେ ଇନଟେକ୍‌ ୱେଲ କରି ପାନୀୟଜଳ ଯୋଗାଣ କରାଯାଉଛି। କିନ୍ତୁ ଜୀରାନଦୀରେ ବାଲି ମାଫିଆଙ୍କ ଦୌରାତ୍ମ ଯୋଗୁ ଗ୍ରାମବାସୀଙ୍କୁ ବିଶୁଦ୍ଧ ଜଳ ଅପହଞ୍ଚ ହୋଇ ପଡ଼ୁଛି।

ନୂଆ ନୁହେଁ ପାନୀୟଜଳ ସମସ୍ୟା
ଆମ ଗ୍ରାମରେ ପାନୀୟଜଳ ସମସ୍ୟା ଏକ ନୂଆଁ ନୁହେଁ। ଦୀର୍ଘବର୍ଷରୁ ଏହି ସମସ୍ୟା ଲାଗି ରହଛି। ଗ୍ରାମରେ ନଳକୂପ ରହିଛି। ହେଲେ ନଳକୂପରୁ ପାଣି ବାହାରୁ ନାହିଁ। ସେହିପରି ଜୀରାନଦୀରୁ ଭୂତଳ ପାଣି ଆସୁଥିଲେ ମଧ୍ୟ ତାହା ପିଇବା ଉପଯୋଗୀ ନୁହେଁ।

-ଅରୁଣ ବିଶି, ଗ୍ରାମବାସୀ
ପିଇବା ପାଣି ମିଳିବା କଠିନ
ଏବେ ତ ପିଇବା ପାଣି ସମସ୍ୟା ସେତେ କଠିନ ହୋଇ ନାହିଁ। ଆଉ କିଛିଦିନ ପରେ ଏହା ଆହୁରି ଜଟିଳ ହୋଇ ପଡ଼ିବ। ଗ୍ରାମରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ରହିଛି। କିନ୍ତୁ ସେଥିରେ ଯେଉଁ ପାଣି ଆସୁଛି, ତାହା ପିଇବା ତ ଦୂରର କଥା, ରନ୍ଧାବଢ଼ା ମଧ୍ୟ ସେଥିରେ କରି ହେବ ନାହିଁ।

-ଜଗତ ବନ୍ଧନ ଦେହେଲିଆ, ଗ୍ରାମବାସୀ
ପାଣି ପାଇଁ ହଟହଟା

ଆମ ଗ୍ରାମରେ ନଳକୂପ ଅଛି। ଗ୍ରାମକୁ ପାଖନଦୀରୁ ପାଇପ୍‌ ଜଳ ଯୋଗାଣ ମଧ୍ୟ ହେଉଛି। ଏହାସତ୍ତ୍ୱେ ଆମେ ଗ୍ରାମବାସୀ ପିଇବା ପାଣି ପାଇଁ ହଟହଟା ହେଉଛୁ। ନଳକୂପରୁ ପର୍ଯ୍ୟାପ୍ତ ପାଣି ବାହାରୁ ନାହିଁ। ସେହିପରି ନଦୀରୁ ଯେଉଁ ପାଣି ଆସୁଛ ତାକୁ ପିଇବା ତ ଦୂରର କଥା, ସେହି ପାଣିକୁ ରନ୍ଧାବଢ଼ାରେ ମଧ୍ୟ ବ୍ୟବହୃତ କରୁ ନାହୁଁ। ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର।

– ପୁରନ୍ଦର ଭୋସାଗର

 


Enter your email to get our daily news in your inbox.

All Right Reserved By Dharitri.Com

ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ: ପୁରୀ ଏସ୍‌ପି କଲେ ବଡ଼ ଖୁଲାସା

ପୁରୀ,୨୨।୪: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ଏକ ନାବାଳକଙ୍କୁ ବର୍ବରୋଚିତ ଭାବେ ହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।...

ସରିଲା ବିଶ୍ବଶାନ୍ତି ମହାଯଜ୍ଞ: ମହାଦେବଙ୍କ ପୀଠ ଲୋକାରଣ୍ୟ

ପୁରୁଷୋତ୍ତମପୁର, ୨୨।୪ (ସିମାଞ୍ଚଳ ମିଶ୍ର) ରାଜ୍ୟ ଓ ଦେଶକୁ କଳୁଷିତ ମୁକ୍ତ କରି କିପରି ଶାନ୍ତିପ୍ରତିଷ୍ଠା ହେବ। ଲୋକେ ସୁରକ୍ଷିତ ଭାବେ ବଞ୍ଚିରହିବେ। ସେଥିପାଇଁ ଗଞ୍ଜାମ...

୨୪ରୁ ଦିଆଯିବ ନୂଆ ରାଶନ କାର୍ଡ: ଏଯାବତ୍‌ E-KYC କରିନାହାନ୍ତି…

ଭୁବନେଶ୍ୱର,୪।୨୨ ଆସନ୍ତା ୨୪ ତାରିଖରେ ବଣ୍ଟାଯିବ ନୂଆ ରାଶନ କାର୍ଡ। ପ୍ରଥମ ପର୍ଯ୍ୟାୟ ରାଶନ କାର୍ଡ ପୁରୀରେ ବଣ୍ଟନ କରାଯିବ । ପୁରୀଠାରେ ପଞ୍ଚାୟତିରାଜ ଦିବସ...

ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ

ପଦ୍ମପୁର,୨୨।୪ (ପ୍ରଦୀପ୍ତ ଦାଶ): ସ୍ଥାନୀୟ ମାରୱାଡି ଧର୍ମଶାଳା ପଦ୍ମପୁର ଠାରେ ମାରୱାଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି...

ମୋଦିଙ୍କ ଆପ୍ରୁଭାଲ୍‌ ରେଟିଂ ଦେଖି ଇର୍ଷା କରୁଛନ୍ତି ଆମେରିକାର ଉପରାଷ୍ଟ୍ରପତି: କହୁ କହୁ କହିଦେଲେ…

ଜୟପୁର,୨୨।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ରାଜସ୍ଥାନର ଜୟପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ...

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ବେଆଇନ ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

୨୬ ଯାଏଁ କଲବଲ: ଏହି ୫ ଜିଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୨।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ଦୁଇଦିନ ହେଲା ତାପମାତ୍ରା ଉପର ମୁହାଁ ରହିଥିବା ବେଳେ ଝାରସୁଗୁଡା ରାଜ୍ୟର ଉତପ୍ତ ସହର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image