Advertisement

ନୀଳାଦ୍ରିପୁରରେ ପାନୀୟ ଜଳ ସଙ୍କଟ, ବିଡିଓଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଉଗ୍ରରୂପ ନେଲାଣି। ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି ସମଗ୍ର ଗ୍ରାମବାସୀ। ବାଧ୍ୟ ହୋଇ ନଳକୂପ ପାଣି ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି। ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳକୁ ଯୋଗାଣ ହେଉଥିବା ପାନୀୟ ଜଳ ବସୁଧା ଯୋଜନାରେ ତାହା କିଛି ଦିନ ହେଲା ଖାରି ପାଣି ଯୋଗୁ ବନ୍ଦ କରାଯାଇଛି। ଯାହାକୁ ନେଇ ଲୋକଙ୍କ ଖରାଦିନେ ସମସ୍ୟା ଦ୍ୱିଗୁଣିତ ହୋଇଛି।  ପାନୀୟ ଜଳ ପାଇଁ ଲୋକଙ୍କୁ ଅଧିକ କଷ୍ଟ ହେଲାଣି। କେତେକ ଅଞ୍ଚଳରେ ଲୋକମାନେ ଦୂର ଦୁରାନ୍ତକୁ ସାଇକେଲ, ମୋଟର ସାଇକେଲ ଯୋଗେ ଯାଇ ପାଣି ଆଣୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି। ଏହି ସମସ୍ୟା ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ। ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ମେଗା ପାନୀୟ ଜଳ ପ୍ରକଳ୍ପ ବସୁଧା ମାଧ୍ୟମରେ ପାନୀୟ ଜଳ ଯୋଗାଣ ବନ୍ଧ ରହିଛି l ଖର ପାଣି ଆସିବା ଯୋଗୁ ବିଭାଗୀୟ କର୍ତ୍ତୃପକ୍ଷ ତାହାକୁ ବନ୍ଦ ରଖିଛନ୍ତି। ତାହାକୁ ମାଇକ ଯୋଗେ ପ୍ରଚାର କରି ଲୋକଙ୍କୁ କୁହାଯାଇଛି। ପାଣି ବନ୍ଦ ହେବା ପରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି l ଏହି ଯୋଜନାରେ ଗଞ୍ଜାମ ବ୍ଲକର ୫୫ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହେଉଥିଲା। ତାହା ଏବେ ବନ୍ଦ ରହିଛି l ମୁଖ୍ୟତଃ ଭାବେ ପାଳିବନ୍ଦ ପଞ୍ଚାୟତ ଲବଣାଞ୍ଚଳ ଯୋଗୁ ଏହି ସମସ୍ୟା ଅଧିକ ହେଉଛ। ଏହି ପଞ୍ଚାୟତ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମର ଲୋକମାନେ ଘୋର ଅସୁବିଧାରେ ରହିଛନ୍ତି। ପୂର୍ବରୁ ଗ୍ରାମ ବିକାଶ ଦ୍ୱାରା ଗ୍ରାମକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଥିଲା। ମେଗା ପ୍ରୋଜେକ୍ଟ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ହେବା ପରେ ପୂର୍ବରୁ ରହିଥିବା ବ୍ୟବସ୍ଥା ବନ୍ଦ କରିଥିଲେ ଗ୍ରାମବାସୀ। ବର୍ତ୍ତମାନ ଦୁଇଟି ଯୋଗାଣ ବ୍ୟବସ୍ଥା ବନ୍ଦ ହେବା ପରେ ଗ୍ରାମବାସୀ ଅସୁବିଧାରେ ରହିଛନ୍ତି। ଲୋକମାନେ ବର୍ତ୍ତମାନ ବଟେଶ୍ୱର ନିକଟରେ ନଳକୂଅରୁ ଯାଇ ପାଣି ଆଣୁଛନ୍ତି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ପାନୀୟ ଜଳ ସ୍ଥାୟୀ ସମାଧାନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share