Posted inଗଜପତି

ଉକାରସିଂ ଗ୍ରାମରେ ପାନୀୟ ଜଳ ସଙ୍କଟ ଉତ୍କଟ

ନୂଆଗଡ଼,୨।୬: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ପାଣି ମୁନ୍ଦାଏ ପାଇଁ ଚାରିଆଡେ ହାହାକାର ଦେଖିବାକୁ ମିଳୁଛି। ଗ୍ରୀଷ୍ମ ପ୍ରକୋପ ସାଙ୍ଗକୁ ପାନୀୟ ଜଳ ସଙ୍କଟ ଏବେ ଉତ୍କଟ ହୋଇଛି। ବିଭିନ୍ନ ସ୍ଥାନରେ କୂଅ ପୋଖରୀ ଶୁଖି ଯାଉଥିବାରୁ ଲୋକେ ପିଇବା ପାଣି ପାଇଁ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ମଧ୍ୟ ଅନେକ ଗାଁକୁ ପାନୀୟ ଜଳର ସୁବିଧା ହୋଇପାରିନାହିଁ। ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପି.ଅନ୍ତରଡ଼ା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଉକାରସିଂ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏହି ଗ୍ରାମରେ ୪୦ ପରିବାର ରହୁଥିବା ବେଳେ ୨୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏଠାରେ ଗୋଟିଏ ବି ନଳକୂପ ନ ଥିବାବେଳେ ୨ କୂଅ ରହି ମଧ୍ୟ ତାହା ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଏହାର ରକ୍ଷଣାବେକ୍ଷଣ ଅଭାବରୁ ତାହା ଲୋକଙ୍କ କାମରେ ଆସୁନାହିଁ। ସୂଚନା ଅନୁଯାୟୀ, ଏଠାରେ ନିକଟସ୍ଥ ଭୂୟାଉଲ ପାହାଡ଼ର ଝରଣାରୁ ୨୦୧୦ ମସିହାରେ ସ୍ବେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶ ତରଫରୁ ଏକ ଟାଙ୍କି ତିଆରି କରି ସେଠାରୁ ପାଇପ ଯୋଗେ ପ୍ରତ୍ୟେକ ଘରର ଶୌଚାଳୟକୁ ପାଣି ସଂଯୋଗ କରାଯାଇଛି। ତେବେ ଗ୍ରୀଷ୍ମ ଋତୁର ପ୍ରକୋପ ଯୋଗୁ ଆରମ୍ଭରୁ ହିଁ ସେହି ଝରଣା ପାଣି ଶୁଖିଯାଇଥିବାରୁ ଲୋକଙ୍କୁ ପାଣି ଟୋପାଏ ମିଳିବା କଷ୍ଟକର ହୋଇପଡୁଛି। ଶେଷରେ ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି ଲୋକେ। ଗୋଟିଏ କିଲୋମିଟର ଦୂରକୁ ଗ୍ରାମର ମହିଳାମାନଙ୍କ ସହ ଗର୍ଭବତୀ ଏବଂ ମା’ଛୁଆକୁ କାଖରେ ନେଇ ଖାଲ ଢିପ ବିଲମାଳ ଦେଇ ଚୁଆ ପାଣି ଆଣୁଥିବା ଦେଖିବାକୁ ମିଳୁଛି। ଏହି ଚୁଆ ପାଣି ପିଇ ନାନା ରୋଗରେ ଆକ୍ରାନ୍ତ ହେଉଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ। ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେଇ ଗ୍ରାମରେ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣବଳାତ୍କାର ମାମଲା, ୨ ଅଭିଯୁକ୍ତଙ୍କୁ ଆଜୀବନ

ବ୍ରହ୍ମପୁର,୧୩ା୧୨ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସ୍ବତନ୍ତ୍ର ପୋକସୋ ଜଜ ପ୍ରଣତି ପଟ୍ଟନାୟକ ୨୦୨୧ରେ ଗୋଳନ୍ଥରା ଥାନା ଅଞ୍ଚଳରେ ଏକ ନାବାଳିକା ଗଣବଳାତ୍କାର ମାମମଲାର ଚୁଡାନ୍ତ...

ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଯିବାବେଳେ ବାଟରେ ଓଲଟିଲା ପିକ୍‌ଅପ୍‌, ୪ ମୃତ, ୧୬ ଗୁରୁତର

ମୋହନା,୧୧ା୧୨(ମନ୍ମଥ ମିଶ୍ର): ଏକ ଶୁଦ୍ଧିକ୍ରିୟା ଭୋଜିରେ ଯୋଗଦେବାକୁ ପିକ୍‌ଅପ୍‌ ଭ୍ୟାନିରେ ପ୍ରାୟ ୪୦ ଜଣ ଯାତ୍ରୀ ରାମଗିରି ଥାନା ଅନ୍ତର୍ଗତ କେକେସିଂ ଗ୍ରାମରୁ ବାହାରି ମୋହନା...

ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌: ଜଣେ ମୃତ୍ୟୁ, ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଗଜପତି, ୧୧।୧୨(ଗିରିଧାରୀ ପରିଛା):ଗଜପତି ଜିଲା ମୋହନା ଥାନା ଚିଟିଙ୍ଗ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା l ଏକ ପିକଅପ୍‌ ଭ୍ୟାନ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା...

କେମିତି ସ୍ବାମୀଙ୍କୁ ମାରିଲେ କାହାଣୀ ବଖାଣିଲେ ସ୍ତ୍ରୀ, କହିଲେ ପ୍ରଥମେ ନିଦ ବଟିକା ଦେଇ …..

ଗଜପତି(ଗିରିଧାରୀ ପରିଛା):୮।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ଜଙ୍ଗମ ସାହିରେ ପାରିବାରିକ ହିଂସାରୁ ସ୍ବାମୀ ବିଜୟ କୁମାରଙ୍କୁ ସ୍ତ୍ରୀ ହତ୍ୟା ଘଟଣାରେ ଆଜି ପାରଳାଖେମୁଣ୍ଡି ପୋଲିସ ସିନ୍‌...

ସ୍ତ୍ରୀ କଲେ ସ୍ବାମୀଙ୍କୁ ହତ୍ୟା, ସନ୍ଦେହରେ…

ଗଜପତି,୭।୧୨(ଗିରିଧାରୀ ପରିଛା): ପାରିବାରିକ ହିଂସାକୁ କେନ୍ଦ୍ର କରି ସ୍ତ୍ରୀ କରିଲେ ସ୍ବାମୀଙ୍କୁ ହତ୍ୟା । ଏଭଳି ଏକ ଘଟଣା ଘଟିଛି ପାରଳାଖେମୁଣ୍ଡି ଜଙ୍ଗମସାହିରେ। ପୋଲିସ ଘଟଣାରେ...

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର, ମନ୍ଦିର ଭଙ୍ଗାରୁଜାକୁ ତେଜିଲା ବିରୋଧ

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ...

ସୁଭଦ୍ରା ଯୋଜନାରୁ ବାଦ୍‌ ପଡ଼ିବାରୁ ଅଙ୍ଗନବାଡି କର୍ମୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଲୋକେ

ଗଜପତି,୫।୧୨(ଗିରିଧାରୀ ପରିଛା):ଗଜପତି ଜିଲା ରାୟଗଡ ବ୍ଲକ ହଟିବାଡି ଗ୍ରାମରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ହଟିବାଡି ଗ୍ରାମର ମହିଳା ଓ କିଛି ଝିଅ ସୁଭଦ୍ରା ଯୋଜନାରେ...

ଗୁହାଳରୁ ଗାଈକୁ ଘୋଷାଡ଼ି ନେଇ ମାରି ଖାଇଥିଲା ମହାବଳ, କ୍ୟାମେରାରେ ହେଲା କଏଦ

ଗଜପତି,୫ା୧୨(ଗିରିଧାରୀ ପରିଚ୍ଛା): ବନ ବିଭାଗର ଟ୍ରାପ୍‌ କ୍ୟାମେରାରେ କଏଦ ହେଲା ମହାବଳ। ବୁଧବାର ସନ୍ଧ୍ୟାରେ ଅନ୍ଧାରିଝୋଳା ନିକଟରେ କାଜୁ ଜଙ୍ଗଲରେ ଟ୍ରାପ୍‌ କ୍ୟାମେରା ଖଞ୍ଜି ଥିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri